www.samajalive.in
Sunday, December 7, 2025
26.1 C
Bhubaneswar

ବିଚାରବିଭାଗ ବିରୋଧୀ ମନ୍ତବ୍ୟ ପାଇଁ କ୍ଷମାମାଗିଲେ ବିଜେପି ନେତା ଏଚ୍‍ ରାଜା

ନୂଆଦିଲ୍ଲୀ : ବିଜେପି ଜାତୀୟ ସମ୍ପାଦକ ଏ. ରାଜା ପୁଲିସ ଏବଂ ବିଚାର ବିଭାଗ ବିରୋଧୀ ମନ୍ତବ୍ୟ ପାଇଁ ସୋମବାର ମାଡ୍ରାସ୍‍ ହାଇକୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ସେପ୍ଟେମ୍ବର ୧୫ରେ ତାମିଲନାଡୁର ପୁଡୁକୋଟାଇ ଜିଲାରେ ଗଣେଶ ମୂର୍ତ୍ତି ବିସର୍ଜନ ନିମନ୍ତେ ସାମ୍ପ୍ରଦାୟିକ ସମ୍ବେଦନଶୀଳ ଅଞ୍ଚଳ ଦେଇ ଯିବାକୁ ଉଦ୍ୟମ କରିବାବେଳେ ପୁଲିସ ତାଙ୍କୁ ଅଟକାଇବାରୁ ସେ ସୁରକ୍ଷାବାହିନୀକୁ ହିନ୍ଦୁ ବିରୋଧୀ ଓ ଦୁର୍ନୀତିଖୋର ବୋଲି ଦର୍ଶାଇଥିଲେ। ପୁଲିସ ତାଙ୍କୁ ହାଇକୋର୍ଟ ଯିବାକୁ କହିବାରୁ ସେ ଉଚ୍ଚ ନ୍ୟାୟାଳୟ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏ ସମ୍ବନ୍ଧୀୟ ଏକ ଭିଡିଓ ପ୍ରସାରିତ ହେବା ପରେ ସେପ୍ଟେମ୍ବର ୧୬ରେ ତାମିଲନାଡୁ ପୁଲିସ ରାଜାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାର ଶୁଣାଣିବେଳେ ହାଇକୋର୍ଟ ବିଚାରପତି ସି.ଟି ସେଲଭମ ଏବଂ ଏମ୍‍. ନିର୍ମଳକୁମାରଙ୍କ ପୀଠ ନିକଟରେ ରାଜା ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ଘଟଣା ଦିନ ପୁଲିସ ତାଙ୍କୁ ଅଟକାଇବାରୁ ରାଜା ଅତ୍ୟନ୍ତ ଭାବୁକ ହୋଇପଡିଥିଲେ ବୋଲି ବିଜେପି ପକ୍ଷରୁ ସଫେଇ ଦିଆଯାଇଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories