www.samajalive.in
Thursday, December 11, 2025
16.1 C
Bhubaneswar

ଠିକାଦାରପଡ଼ାରୁ ଚୋରି, ଜଣେ ଗିରଫ

ବଲାଙ୍ଗିର: ବଲାଙ୍ଗିର ଠିକାଦାରପଡ଼ାରେ ରହୁଥିବା ବିଘ୍ନରାଜ ସାହୁ ମଙ୍ଗଳବାର ସହରାଞ୍ଚଳ ଥାନାରେ ଚୋରି ହୋଇଥିବାନେଇ ଅଭିଯୋଗ କରିଥିଲେ । ଶ୍ରୀ ସାହୁଙ୍କ ଅଭିଯୋଗ ଅନୁସାରେ, ସୋମବାର ରାତିରେ ତାଙ୍କ ପରିବାରଲୋକ ଘରେ ଶୋଇଥିଲେ । ଘରକୁ ଲାଗି ୨ଟି ଦୋକାନ ରହିଛି । ରାତିରେ ୩/୪ଜଣ ଚୋର ଷ୍ଟଲର ତାଲା ଭାଙ୍ଗି ୫ଟି ଶାଢି, ୨୫ଟି ବ୍ଲାଉଜ୍‌, ସାବୁନ, ତେଲ, ପ୍ରସାଧନ ସାମଗ୍ରୀ (ଅନୁମାନିକ ୨୦ହଜାରରୁ ଊର୍ଦ୍ଧ୍ଵ ଟଙ୍କା) ଚୋରି କରି ନେଇଥିଲେ । ରବି ନାଏକ ନାମକ ଜଣେ ଚୋରକୁ ସେମାନେ ଥାନାରେ ଜିମା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ଛାନଭିନ ଚଳାଇଥିଲା । ଅଟକ ରବି ଓରଫ ଗୋବିନ୍ଦଙ୍କଠାରୁ ଅଧିକାଂଶ ଚୋରୀ ସାମଗ୍ରୀ ଜବତ କରିବା ସହ ସହରାଞ୍ଚଳ ପୁଲିସ କୋର୍ଟ ଚାଲାଣ କରିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories