କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବାଇଶିଙ୍ଗା ପଞ୍ଚାୟତର ମାଳପୁରା ଗ୍ରାମରେ ଧନଦାତ୍ରୀ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପୂଜା ଉପଲକ୍ଷେ ଗ୍ରାମର ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ସନ୍ନିକଟ ଜଳାଶୟରୁ କଳସରେ ଜଳ ଭର୍ତି କରି ଏକ ଶୋଭାଯାତ୍ରାରେ ଆସି ମଣ୍ଡପରେ ପହଞ୍ଚି ସେଠାରେ ସ୍ଥାପନ କରିଥିଲେ । ପରେ ପଣ୍ଡିତ ମଣ୍ଡଳୀଙ୍କ ଦ୍ୱାରା ଯଥାବିଧି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଏହି ପୂଜା ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲିଥିଲା । କମିଟିର ହିତେନ୍ଦ୍ର ବିଶ୍ୱାଳ , ଦେବ ବିଶ୍ୱାଳ, ସିପୁନ ରାଉତ,ପ୍ରେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟମାନଙ୍କ ସହଯୋଗରେ ଦୀର୍ଘ ଦୁଇବର୍ଷ କରୋନା କଟକଣାରେ ବନ୍ଦ ରହିଥିବା ପୂଜା ଚଳିତ ବର୍ଷ ଧୂମଧାମରେ ଆରମ୍ଭ ହୋଇଛି । ଗ୍ରାମର ସମସ୍ତ ଆବଳ ବୃଦ୍ଧ ବନୀତା ପୂଜାରେ ଯୋଗ ଦେଉଛନ୍ତି । ରମଣୀୟ ଆଲୋକମାଳାରେ ଝଲସୁଛି ମାଳପୁରା ଗ୍ରାମ । ଗ୍ରାମ ସହିତ ଆଖପାଖ ଗ୍ରାମରୁ ଶତାଧିକ ଭକ୍ତଙ୍କ ସମାଗମ ଲାଗି ରହୁଛି ।
Popular Categories



