www.samajalive.in
Thursday, December 11, 2025
18.1 C
Bhubaneswar

ମାଳପୁରା ଗ୍ରାମରେ ଲକ୍ଷ୍ମୀପୂଜା

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବାଇଶିଙ୍ଗା ପଞ୍ଚାୟତର ମାଳପୁରା ଗ୍ରାମରେ ଧନଦାତ୍ରୀ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଛି  । ପୂଜା ଉପଲକ୍ଷେ ଗ୍ରାମର ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ସନ୍ନିକଟ ଜଳାଶୟରୁ କଳସରେ ଜଳ ଭର୍ତି କରି ଏକ ଶୋଭାଯାତ୍ରାରେ ଆସି ମଣ୍ଡପରେ ପହଞ୍ଚି ସେଠାରେ ସ୍ଥାପନ କରିଥିଲେ  । ପରେ ପଣ୍ଡିତ ମଣ୍ଡଳୀଙ୍କ ଦ୍ୱାରା ଯଥାବିଧି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଏହି ପୂଜା ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲିଥିଲା  । କମିଟିର ହିତେନ୍ଦ୍ର ବିଶ୍ୱାଳ , ଦେବ ବିଶ୍ୱାଳ, ସିପୁନ ରାଉତ,ପ୍ରେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟମାନଙ୍କ ସହଯୋଗରେ ଦୀର୍ଘ ଦୁଇବର୍ଷ କରୋନା କଟକଣାରେ ବନ୍ଦ ରହିଥିବା ପୂଜା ଚଳିତ ବର୍ଷ ଧୂମଧାମରେ ଆରମ୍ଭ ହୋଇଛି  । ଗ୍ରାମର ସମସ୍ତ ଆବଳ ବୃଦ୍ଧ ବନୀତା ପୂଜାରେ ଯୋଗ ଦେଉଛନ୍ତି । ରମଣୀୟ ଆଲୋକମାଳାରେ ଝଲସୁଛି ମାଳପୁରା ଗ୍ରାମ  । ଗ୍ରାମ ସହିତ ଆଖପାଖ ଗ୍ରାମରୁ ଶତାଧିକ ଭକ୍ତଙ୍କ ସମାଗମ ଲାଗି ରହୁଛି ।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories