www.samajalive.in
Friday, December 12, 2025
15.1 C
Bhubaneswar

ହାତରେ ଫୁଟିଲା ଅଫୁଟା ବାଣ : ବାଳକ ଗୁରୁତର

ଦେବଗଡ଼ : ପବିତ୍ର ଲକ୍ଷ୍ମୀପୂଜା ଅବସରରେ ଗ୍ରାମବାସୀଙ୍କ ଦ୍ୱାରା ବ୍ୟବହାର ହୋଇଥିବା ଏକ ଅଫୁଟା ବାଣ ଫୁଟାଉଥିବା ବେଳେ କଲଣ୍ଡା ଗ୍ରାମର ଜଣେ ବାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମବାସୀ ଲକ୍ଷ୍ମୀପୂଜା ଅବସରରେ ବହୁ ପରିମାଣର ବାଣ ଫୋଟକା ବ୍ୟବହାର କରିଥିବା ବେଳେ ରାସ୍ତା କଡରେ ଏକ ଅଫୁଟା ବାଣ ପରିତ୍ୟକ୍ତ ଅବସ୍ଥାରେ ପଡିଥିଲା। ଆଜି ରାତିରେ ଉକ୍ତ ଗ୍ରାମର ଟିକେଇ ବାଘଙ୍କ ପୁଅ ସୁମନ୍ତ ବାଘ (୧୩) ରାସ୍ତାରୁ ଗୋଟାଇବା ସହ ଏହାକୁ ଫୁଟାଇବାକୁ ତହିଁରେ ନିଆଁ ସଂଯୋଗ କରୁଥିଲେ। ତେବେ ଅସାବଧାନତା ବସତଃ ତାଙ୍କ ହାତରେ ଫୁଟିଯାଇଥିଲା। ଫଳରେ ତାଙ୍କର ହାତ ଏବଂ ଦୁଇ ଆଖିରେ ଗୁରୁତର ଆଘାତ ସୃଷ୍ଟି ହୋଇଥିଲା। ଏହାଦେଖି ପରିବାର ଲୋକେ ଧାଇଁ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବାସହ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତ ସୁମନ୍ତ ଏବେ ମଧ୍ୟ ସେଠାରେ ଚିକିତ୍ସାଧିନ ଥିବା ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories