www.samajalive.in
Monday, December 8, 2025
13.1 C
Bhubaneswar

ସିବିଆଇ ଡିଏସ୍‍ପି ଦେବେନ୍ଦ୍ର କୁମାର ଗିରଫ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଲାଞ୍ଚ ନେବା ମାମଲାରେ ଅଭିଯୁକ୍ତ ପୁଲିସ୍‍ ଉପ-ଅଧୀକ୍ଷକ (ଡିଏସ୍‍ପି) ଦେବେନ୍ଦ୍ର କୁମାରଙ୍କୁ ସୋମବାର ଗିରଫ କରିଛି। ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ଲାଞ୍ଚ ନେବା ମାମଲାରେ ଦେବେନ୍ଦ୍ର କୁମାର ଅଭିଯୁକ୍ତ ଥିଲେ। ସିବିଆଇ ନିଜର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ସମେତ କେତେକ ଅଧିକାରୀ ଓ ଲୋକଙ୍କ ବିରୋଧରେ ଲାଞ୍ଚ ନେବା ନେଇ ମାମଲା ରୁଜୁ କରିଛି।
ସିବିଆଇ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ରବିବାର ଦେବେନ୍ଦ୍ର କୁମାରଙ୍କ ଘର ଉପରେ ଚଢାଉ କରାଯାଇଥିଲା। ସେଠାରୁ ୮ଟି ମୋବାଇଲ ଫୋନ୍‍ ଜବତ କରାଯାଇଥିଲା। ସୋମବାର ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଡିଏସ୍‍ପି ଦେବେନ୍ଦ୍ର କୁମାର, ମଧ୍ୟସ୍ଥି ମନୋଜ ପ୍ରସାଦ ଏବଂ ସୋମେଶ ପ୍ରସାଦଙ୍କ ସମେତ କେତେକ ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଫ୍‍ଆଇ୍‍ଆର ଅନୁସାରେ ବିଶିଷ୍ଟ ମାଂସ ବ୍ୟବସାୟୀ ମୋଇନଉଦ୍ଦିନ ଅହମଦ କ୍ୟୁରେସିଙ୍କ ବିରୋଧରେ ରୁଜୁ ବେଆଇନ ଅର୍ଥକାରବାର ମାମଲାର ତଦନ୍ତ ବେଳେ ହାଇଦରାବାଦ ବ୍ୟବସାୟୀ ସତୀଶ ସାନାଙ୍କ ନାମ ସାମ୍ନାକୁ ଆସିଥିଲା। ସତୀଶ ଏଥିରୁ ନିଜ ନାମକୁ ହଟାଇବା ପାଇଁ ରାକେଶ ଆସ୍ଥାନାଙ୍କୁ ୩ କୋଟି ଟଙ୍କା ଲାଞ୍ଚ ଦେଇଥିଲେ।
ଅଭିଯୋଗ ଅନୁସାରେ ଆସ୍ଥାନାଙ୍କ ନେତୃତ୍ୱାଧୀନ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ବ୍ୟବସାୟୀ ମୋଇନଉଦ୍ଦିନ ଅହମଦ କ୍ୟୁରେସିଙ୍କ ବିରୋଧରେ ବେଆଇନ ଅର୍ଥକାରବାରରେ ରଜୁ ଏକ ମାମଲାର ତଦନ୍ତ କରୁଥିଲା। ତଦନ୍ତ ବେଳେ ହାଇଦରାବାଦ ବ୍ୟବସାୟୀ ସତୀଶଙ୍କ ସହ ମୋଇନଙ୍କ ସମ୍ପର୍କ କଥା ପଦାକୁ ଆସିଥିଲା। ତେବେ ସତୀଶ ଏଥିରୁ ନିଜ ନାମକୁ ହଟାଇବା ପାଇଁ ରାକେଶ ଆସ୍ଥାନାଙ୍କୁ ଲାଞ୍ଚ ଦେଇଥିଲେ। ଲାଞ୍ଚ କାରବାର ପାଇଁ ମନୋଜ ପ୍ରସାଦ ଏବଂ ସୋମେଶ ପ୍ରସାଦ ମଧ୍ୟସ୍ଥି କାର୍ଯ୍ୟ ତୁଲାଇଥିଲେ। ଏଥିରେ ରାକେଶଙ୍କ ସମେତ ଏସ୍‍ଆଇଟିରେ ଥିବା ବିଭିନ୍ନ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories