www.samajalive.in
Wednesday, December 10, 2025
14.1 C
Bhubaneswar

ୟୁପି ବିଧାନ ପରିଷଦ ଅଧ୍ୟକ୍ଷଙ୍କ ପୁଅର ତଣ୍ଟିଚିପି ହତ୍ୟା, ମା’ ଗିରଫ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନ ପରିଷଦ ଅଧ୍ୟକ୍ଷ ରମେଶ ଯାଦବଙ୍କ ସାନ ପୁଅ ଅଭିଜିତ ଯାଦବଙ୍କୁ ରବିବାର ହତ୍ୟା କରାଯାଇଛି। ଏହି ମାମଲାରେ ମୃତକ ଅଭିଜିତଙ୍କ ମା’ ତଥା ରମେଶ ଯାଦବଙ୍କ ପତ୍ନୀ ମୀରାଙ୍କୁ ସୋମବାର ପୁଲିସ୍‍ ଗିରଫ କରି କୋର୍ଟ ଚାଲଣ କରିଥିଲାବେଳେ ତାଙ୍କୁ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ସୂଚନା ମିଳିଛି।
ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଅଭିଜିତଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡରେ କେତେକ କ୍ଷତ ଚିହ୍ନ ରହିଛି। ପ୍ରଥମେ ରମେଶ ଯାଦବଙ୍କ ପରିବାର ଲୋକେ ଏହାକୁ ଏକ ସ୍ୱାଭାବିକ ମୃତ୍ୟୁ ବୋଲି କହିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଅଭିଜିତର ମୃତ୍ୟୁ ଘଟିଥିଲା ବୋଲି ଦର୍ଶାଇଥିଲେ। ଅନ୍ତିମ ସତ୍କାର ପାଇଁ ସମସ୍ତ ପ୍ରସ୍ତୁତି ବି ଶେଷ ହୋଇଥିଲା। ହେେଲେ ଶେଷ ମୁହୂର୍ତ୍ତରେ ପୁଲିସ୍‍ ପହଞ୍ଚି ଅନ୍ତିମ ସତ୍କାରକୁ ଅଟକାଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା।
ଏସ୍‍ପି ପୂର୍ବ ସର୍ବେଶ ମିଶ୍ରାଙ୍କ କହିବା ଅନୁସାରେ ଲକ୍ଷ୍ନୌ ହସରତଗଂଜ ଅଞ୍ଚଳର ଦାରୁଲ ଶଫାରୁ ଅଭିଜିତଙ୍କ ଶବ ମିଳିଥିଲା। ପରିବାର ଲୋକେ ଏହାକୁ ଏକ ସ୍ୱାଭାବିକ ମୃତ୍ୟୁ ବୋଲି କହୁଥିଲେ। କିନ୍ତୁ ସନ୍ଦେହରୁ ପୁଲିସ୍‍ ଶବ ବ୍ୟବଚ୍ଛେଦ କରାଇଥିଲା ଓ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ପରେ ଅଭିଜିତଙ୍କ ବଡ଼ ଭାଇ ଅଭିଷେକ ଯାଦବଙ୍କ ପକ୍ଷରୁ ହତ୍ୟାକାଣ୍ଡ ନେଇ ଥାନାରେ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ପୁଲିସ୍‍ ଅଭିଜିତଙ୍କ ମା’ ମୀରା ଯାଦବଙ୍କୁ ହେପାଜତକୁ ନେଇ ଜେରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଅଭିଜିତ ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଅସଦବ୍ୟବହାର କରିବା ସହ ମାରିବାକୁ ଉଦ୍ୟତ ହେବାରୁ ଆତ୍ମରକ୍ଷା ପାଇଁ ସେ ଏହି କାଣ୍ଡ ଭିଆଇଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରବିବାର ସନ୍ଦେହଜନକ ଅବସ୍ଥାରେ ଅଭିଜିତଙ୍କ ମୃତ୍ୟୁ ଘଟିଥିଲା। ଅଭିଜିତଙ୍କ ଶବ ଦାରୁଲ ଶଫା ବି-ବ୍ଲକ୍‍ ସ୍ଥିତ ରୁମ୍‍ ନଂ ୧୩୭ରୁ ମିଳିଥିଲା। ସେହି ରୁମରେ ତାଙ୍କ ମା’ ଓ ବଡ଼ଭାଇ ଉପସ୍ଥିତ ଥିଲେ। ସମ୍ପର୍କୀୟମାନେ କହିଥିଲେ ଯେ ରାତିରେ ଶୋଇବା ସମୟରେ ଅଭିଜିତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। କିଛି ଔଷଧ ଖାଇ ରାତିରେ ସେ ଶୋଇଯାଇଥିଲେ ଓ ସକାଳେ ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ୍‍ ପାରିପାର୍ଶ୍ବିକ ଅବସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲା ଓ ପରେ ଏହା ସତ ପ୍ରମାଣିତ ହୋଇଛି।
ସୂଚନା ଅନୁସାରେ ଉତ୍ତରପ୍ରଦେଶ ବିଧାନ ପରିଷଦ ଅଧ୍ୟକ୍ଷ ରମେଶ ଯାଦବ ଦୁଇଟି ବିବାହ କରିଛନ୍ତି। ତାଙ୍କ ପ୍ରଥମ ପତ୍ନ ପ୍ରେମା ଦେବୀ ଇଟାହ ଜିଲାରେ ରୁହନ୍ତି। ତାଙ୍କ ପୁଅ ଆଶିଷ ଯାଦବ ଇଟାହ ସଦରର ପୂର୍ବତନ ବିଧାୟକ ଥିଲେ। ତାଙ୍କ ଦ୍ୱିତୀୟ ପତ୍ନୀ ହେଉଛନ୍ତି ମୀରା ଯାଦବ। ସେ ଦାରୁଲ ଶଫା ସ୍ଥିତ ବି-ବ୍ଲକ୍‍ ରୁମ ନମ୍ବର ୧୩୭ରେ ନିଜର ଦୁଇ ପୁଅ ଅଭିଷେକ ଏବଂ ଅଭିଜିତଙ୍କ ସହ ରହୁଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories