www.samajalive.in
Tuesday, December 9, 2025
15.1 C
Bhubaneswar

ଖୋଲିବ ତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର; ଟଙ୍କାକର କଥାକୁ ଆଠେଣି କରିବନିତ ପୁଲିସ ?

ଭୁବନେଶ୍ୱର: ଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ଅନେକ ବିଶିଷ୍ଟ ବ୍ୟକ୍ତି । ଧନୀ ଧନୀ ବ୍ୟକ୍ତିଙ୍କୁ ଫସାଇ ତିଆରି କରିଛନ୍ତି ବିଳାଶପୂର୍ଣ୍ଣ ଘର । ଚିକ୍କଣ କାନ୍ଥ ସାଙ୍ଗକୁ ଦାମୀ ଦାମୀ ଆସବାବପତ୍ରରେ ଝଲସୁଛି ଘର । ଝୁମର ସାଙ୍ଗକୁ ଇଣ୍ଟରିଅର ଡିଜାଇନ୍‌ ଆଶ୍ଚର୍ଯ୍ୟ କୌଣସି ରାଜପ୍ରାସାଦ ଠାରୁ ବି କିଛି କମ୍‌ ନୁହେଁ । ଆଉ ଘରର ପ୍ରତିଟି ଇଟା ବାଲି ସିମେଣ୍ଟରେ ଲେଖା ରହିଛି ଯେମିତି ବଡ଼ ବଡ଼ ଲୋକଙ୍କ ନାଁ ।

କାହା କଳା ପଇସାରେ ଛିଡ଼ା କରିଲେ ଅର୍ଚ୍ଚନା ଏତେବଡ଼ ଅଟ୍ଟାଳିକା ? ଅର୍ଚ୍ଚନା କୋଟିପତି ହେବା ପଛରେ କାହାର ରହିଛି ହାତ ? ଇ-ମେଲରେ ରହିଥିବା ୬୪ ଜଣଙ୍କ ଚରିତ୍ର ଆସିବ କି ପଦାକୁ ? ନାଁ ଟଙ୍କାକର କଥାକୁ ଆଠେଣି କରିବ ପୁଲିସ ? ଅର୍ଚ୍ଚନା ଗିରଫ ପରେ ପୁଲିସ ହାତରେ ଯେଉଁ ସବୁ ତଥ୍ୟ ଲାଗୁଛି, ତାହା ପାୱାର କରିଡରରେ ବି ହଇଚଇ ସୃଷ୍ଟି କରିଛି ।

- Advertisement -

ଡାଏରୀ ପରେ ଅର୍ଚ୍ଚନାଙ୍କ ଇ-ମେଲରେ ୬୪ଜଣ ନେତା, ମନ୍ତ୍ରୀ, ବଡ଼ବଡ଼ିଆ, ଅଳଙ୍କାର ବ୍ୟବସାୟୀ, ଫିଲ୍ମ ପ୍ରଯୋଜକଙ୍କ ଅଶ୍ଳୀଳ ଫଟୋର ପ୍ରମାଣ ପୁଲିସ ହାତରେ ଲାଗିଛି। ଏଭଳି ଏକ ସାଂଘାତିକ କାରନାମା ସାମ୍ନାକୁ ଆସିବା ପରେ ପୁଲିସ ଅର୍ଚ୍ଚନାଙ୍କ ଲିଙ୍କ୍‌ରେ ଥିବା ବଡ଼ବଡ଼ିଆଙ୍କ ମୁଖା ଖୋଲିବ ନା ଏହି ଘଟଣାକୁ ଚପାଇ ଦେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଘଟଣା ସମ୍ପର୍କରେ ଡିସିପି ପ୍ରତୀକ ସିଂହ କହିଛନ୍ତି । ଅର୍ଚ୍ଚନାଙ୍କ ନାମରେ ୨ଟି ମାମଲା ରୁଜୁ ହୋଇଛି। ଗୋଟିଏ ଖଣ୍ଡଗିରି ଓ ଅନ୍ୟଟି ନୂଆପଲ୍ଲୀ ଥାନାରେ ରହିଛି । ତାଙ୍କ ସହ ଏହି ମାମଲାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories