www.samajalive.in
Thursday, December 11, 2025
13.1 C
Bhubaneswar

‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୨ ହଜାର ସ୍କୁଲରେ ବଣ୍ଟନ କରାଯିବ ୪୩ ହଜାର ଫୁଟବଲ୍

ଭୁବନେଶ୍ବର: ରାଜ୍ୟରେ ଫୁଟବଲ ଖେଳର ବିକାଶ ଓ ପ୍ରସାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫୁଟବଲ ଫର ଅଲ୍’ ତଥା ‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ସ୍କୁଲ ପିଲାଙ୍କୁ ଫୁଟବଲ ପ୍ରତି ଆଗ୍ରହୀ କରାଇବା ଉଦେଶ୍ୟରେ ଫିଫା ସହାୟତାରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଦେଶରେ ନୂଆ ଫୁଟବଲ୍ ପ୍ରତିଭା ସୃଷ୍ଟି କରିବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି।
‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନାରେ ରାଜ୍ୟର ୨ ହଜାର ସ୍କୁଲରେ ଫୁଟବଲ ବଣ୍ଟନ କରାଯିବ। ସ୍କୁଲ ପିଲାଙ୍କୁ ପ୍ରାୟ ୪୩ ହଜାର ଫୁଟବଲ ବଣ୍ଟନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଆଜି ୟୁନିଟ୍-୯ ଓ କ୍ୟାପିଟାଲ ହାଇସ୍କୁଲ ପିଲାଙ୍କୁ ଫୁଟବଲ୍ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ। କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତ୍ୟେକ୍ଷ ଭାବେ ପିଲାମାନଙ୍କୁ ପୁଟବଲ ବଣ୍ଟନ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିଲେ।

ଫୁଟବଲ ଖେଳ ସଂସ୍କୃତିକୁ ତ୍ରୁଣମୂଳ ସ୍ତରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ବିଶ୍ୱବାସୀଙ୍କୁ ଫୁଟବଲ ଭଳି ଲୋକପ୍ରିୟ ଖେଳ ଏକାଠି କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି। ଫୁଟବଲର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ମହିଳା ଫୁଟବଲର ବିକାଶ ପାଇଁ କାର୍ଯ୍ୟ ଜାରି ରହିଛି। ଭଲ ଭିତ୍ତିଭୂମି ଓ ତାଲିମ ଯୋଗୁଁ ଓଡିଶାରେ ବିଶ୍ୱକପ୍ ଆୟୋଜନ ହୋଇପାରିଛି। ଓଡ଼ିଶାରେ ଫିଫା ୧୭ ବର୍ଷରୁ କମ(ୟୁ-୧୭) ମହିଳା ବିଶ୍ୱକପ୍ ଆୟୋଜନ ଏକ ଗର୍ବର ମୁହୂର୍ତ୍ତ। ଏହାଦ୍ୱାରା ଓଡ଼ିଶାରେ ଫୁଟବଲର ବିକାଶ ହୋଇପାରିବ। ଓଡିଶାରେ ବିଶ୍ୱକପ୍ ଆୟୋଜନ କରିଥିବାରୁ ଫିଫାକୁ ଧନ୍ୟବାଦ। ଭବିଷ୍ୟତରେ ଫିଫା ସହ ମିଳିତ ଭାବରେ କାର୍ୟ୍ୟ କରିବାକୁ ଆଗ୍ରହ। ସାମାଜିକ ପରିବର୍ତ୍ତନ ପାଇଁ ଫୁଟବଲ୍ ଏକ ବଳିଷ୍ଠ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories