www.samajalive.in
Saturday, December 13, 2025
26.1 C
Bhubaneswar

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ସମ୍ମାନଜନକ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ଜଣ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ବେନ୍‌ ବର୍ନାଙ୍କେ, ଡଗଲାସ୍‌ ଡାଇମଣ୍ଡ, ଫିଲିପ୍‌ ଡିବଭିଗ୍‌ ତିନିଜଣଙ୍କୁ ଅର୍ଥନୀତିରେ ୨୦୨୨ ପାଇଁ ନୋବେଲ ପୁରସ୍କାର ମିଳିବ। ବ୍ୟାଙ୍କ ଏବଂ ଆର୍ଥିକ ସଙ୍କଟ ବିଷୟରେ ଗବେଷଣା ପାଇଁ ବେନ୍‌ ଏସ୍‌. ବର୍ନାଙ୍କେ, ଡଗଲାସ୍‌ ଡବ୍‌ଲ୍ୟୁ. ଡାଇମଣ୍ଡ ଏବଂ ଫିଲିପ୍‌ ଏଚ୍‌. ଡିବଭିଗ୍‌ ଅର୍ଥନୀତିରେ ୨୦୨୨ ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ।
ନୋବେଲ ପୁରସ୍କାର କମିଟି ପକ୍ଷରୁ କୁହାଯାଇଛି ଯେ ୨୦୨୨ର ତିନି ଜଣ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିରେ ବ୍ୟାଙ୍କଗୁଡ଼ିକର ଭୂମିକା ଉପରେ ଆମର ବୁଝାମଣାରେ ଯଥେଷ୍ଟ ଉନ୍ନତି ଆଣିଛନ୍ତି। ବିଶେଷ କରି ବ୍ୟାଙ୍କଗୁଡ଼ିକର ଆର୍ଥିକ ସଙ୍କଟ ସମୟରେ ସେମାନଙ୍କ ଭୂମିକା କିଭଳି ରହିବା ଦରକାର ତାହା ସେମାନେ ଗବେଷଣା କରିଛନ୍ତି। ସେହିପରି ବ୍ୟାଙ୍କ ଭୁଶୁଡ଼ିବାରୁ ଦୂରେଇ ରହିବା କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ସେମାନଙ୍କ ଗବେଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ବୋଲି ଜଣାପଡ଼ିଛି।
ଆଧୁନିକ ବ୍ୟାଙ୍କିଙ୍ଗ ଗବେଷଣା ସ୍ପଷ୍ଟ କରେ ଯେ ଆମର ବ୍ୟାଙ୍କ କାହିଁକି ଅଛି, ସଙ୍କଟରେ ସେମାନଙ୍କୁ କିପରି କମ୍‌ ଅସୁରକ୍ଷିତ କରାଯିବ ଏବଂ ବ୍ୟାଙ୍କ କିପରି ଭୁଶୁଡିଯାଏ, ଯାହା ଆର୍ଥିକ ସଙ୍କଟକୁ ବଢାଇଥାଏ। ଏହି ଗବେଷଣାର ମୂଳଦୁଆ ୧୯୮୦ ଦଶକର ପ୍ରାରମ୍ଭରେ ବେନ୍‌ ବର୍ନାଙ୍କେ, ଡଗଲାସ୍‌ ଡାଇମଣ୍ଡ ଏବଂ ଫିଲିପ୍‌ ଡିବଭିଗ୍‌ଙ୍କ ଦ୍ୱାରା ରଖାଯାଇଥିଲା। ଆର୍ଥିକ ବଜାରକୁ ନିୟନ୍ତ୍ରଣ କରିବା ଏବଂ ଆର୍ଥିକ ସଙ୍କଟର ମୁକାବିଲା କରିବାରେ ସେମାନଙ୍କର ବିଶ୍ଳେଷଣ ଅତ୍ୟନ୍ତ ବ୍ୟବହାରିକ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି ନୋବେଲ ପୁରସ୍କାର କମିଟି ଘୋଷଣା କରିଛି।

ଆଲଫ୍ରେଡ୍‌ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ସ୍ବେରିଗସ୍‌ ରିକ୍ସବ୍ୟାଙ୍କ ପୁରସ୍କାର ପ୍ରଦାନ କରାଯାଏ। ଆଲଫ୍ରେଡ୍‌ ନୋବେଲ୍‌ ତାଙ୍କ ଇଚ୍ଛାପତ୍ରରେ ଅର୍ଥନୀତି ପୁରସ୍କାର ବିଷୟରେ ଉଲ୍ଲେଖ କରି ନଥିବା ବେଳେ ସ୍ୱେରିଗ୍‌ସ ରିକ୍ସବ୍ୟାଙ୍କ ୧୯୬୮ରେ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲେ ଏବଂ ରୟାଲ୍‌ ସ୍ୱିଡେନ୍‌ ଏକାଡେମୀ ଅଫ୍‌ ସାଇନ୍‌ସକୁ ୧୯୬୯ରୁ ଆରମ୍ଭ କରି ଅର୍ଥନୀତି ବିଜ୍ଞାନରେ ପୁରସ୍କାର ବିଜେତା ମନୋନୟନ କରିବାର ଅଧିକାର ଦିଆଯାଇଥିଲା। ଅଥନୀତି ନୋବେଲ ଘୋଷଣା ନୋବେଲ ଶାନ୍ତି ପୁରସ୍କାର ପରେ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories