www.samajalive.in
Saturday, December 13, 2025
26.1 C
Bhubaneswar

ହାଇକୋର୍ଟରେ ମୋକିମଙ୍କ ଆବେଦନ ଗୃହିତ; ଜାମିନ ମଞ୍ଜୁର

କଟକ: ଭିଜିଲାନ୍ସ ମାମଲାରେ ହାଇକୋର୍ଟ ମୋକିମଙ୍କ ଆବେଦନ ଗୃହିତ କରିଛନ୍ତି । ହାଇକୋର୍ଟରେ ମୋକିମଙ୍କ ଆବେଦନ ଗ୍ରହଣ କରାଯିବା ସହିତ ମୋକିମଙ୍କ ଜାମିନ୍‌ ମଞ୍ଜୁର ହୋଇଛି । ବିଚାର ପାଇଁ ଆବେଦନ ଗ୍ରହଣ ହେବା ସହ ୧ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି । ତାହା ସହିତ ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଉପରେ ସ୍ଥଗିତାଦେଶ ଲାଗାଇଛନ୍ତି । ଦଣ୍ଡାଦେଶ ସମ୍ପର୍କରେ କୋର୍ଟଙ୍କୁ ଲିଖିତ ଭାବେ ଭିଜିଲାନ୍ସ ଜଣାଇଛି । ଏଥି ସହିତ ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି କୁହାଯାଇଛି । ଏନେଇ ମୋକିମଙ୍କ ଓକିଲ ପୀତାମ୍ବର ଆଚର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା ଥାଉ କି, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ଓ ମେଟ୍ରୋ ବିଲ୍ଡର୍ସ ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ରାୟ ଶୁଣାଇଥିଲେ । ଏହି ମାମଲାରେ କଟକ ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ଭିଜିଲାନ୍ସ କୋର୍ଟ । ତାଙ୍କ ସହ ଓଆରଏଚଡିସିର ପୂର୍ବତନ ଏମଡି ଆଇଏଏସ ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ହୋଇଥିଲା । ହେଲେ ମୋକିମ୍‌ ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହେବା ସହ ଜାମିନ ମଞ୍ଜୁର ପାଇଁ ଆବେଦନ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories