ୱାଶିଂଟନ : ଦକ୍ଷିଣ ଆମେରିକା ଦେଶ ବେନେଜୁଏଲାରେ ପ୍ରବଳ ବର୍ଷା କାରଣରୁ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ସହ ମଧ୍ୟ ବେନେଜୁଏଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଥିବା ନେଇ ଖବର ମିଳିଛି। ଏଥିରେ ପ୍ରାୟ ୨୨ ଜଣଙ୍କ ଜୀବନ ଚାଲିଯାଇଛି। ଏହାସହ ୫୦ରୁ ଅଧିକ ନିଖୋଜ ରହିଛନ୍ତି। ପ୍ରବଳ ବର୍ଷା ପାଇଁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବୃଦ୍ଧି କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଉଦ୍ଧାରକାର୍ଯ୍ୟ ଜାରି ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବେନେଜୁଏଲାର ଉପରାଷ୍ଟ୍ରପତିଙ୍କ ପକ୍ଷରୁ ସୂଚନା ମିଳିଛି।
Popular Categories



