www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଠାରୁ ଆରମ୍ଭ କାର୍ତ୍ତିକ ମାସ ; ଆପଣାନ୍ତୁ ଏହି ଉପାୟ

ଆଜି ଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ। ଏହି ମାସ ଭଗବାନ ବିଷ୍ଣୁଙ୍କୁ ଖୁବ ପ୍ରିୟ ବୋଲି ଶାସ୍ତ୍ରରେ ଉଲ୍ଳେଖ ରହିଛି। ଏହି ସମୟରେ ବିଶେଷ କରି ଭଗବାନ ବିଷ୍ଣୁଙ୍କ ଆରାଧନା କରିବା ସହ ତୁଳସୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ମା’ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିଥାଏ। ଘରେ ସୁଖସମୃଦ୍ଧି ଓ ଧନ ବୃଦ୍ଧି ହୋଇଥାଏ। ଜାଣନ୍ତୁ ଶୁଭଫଳ ପ୍ରାପ୍ତି ପାଇଁ କିଛି ସରଳ ଉପାୟ..
ଏହି ମାସରେ ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ଶେଯ ତ୍ୟାଗ କରି ଭଜନ ଶୁଣନ୍ତୁ। ସ୍ନାନ ପରେ ତୁଳସୀଙ୍କୁ ପୂଜା ଓ ଭଜନ କରିବା ଦ୍ୱାରା ମାସଯାକ ପୁଣ୍ୟଫଳ ମିଳିଥାଏ। ଏହାସହ ତୁଳସୀଙ୍କୁ ପୂଜା କରିବା ସମୟରେ କିଛି କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ବିନା ସ୍ନାନରେ ତୁଳସୀଙ୍କୁ ସ୍ପର୍ଶ କରନ୍ତୁ ନାହିଁ। ଭୋଜନ ପରେ ଆପେ ଝଡିଥିବା ତୁଳସୀପତ୍ରକୁ ସେବନ କରିବା ଖୁବ ଶୁଭ ବୋଲି ମାନ୍ୟତା ରହିଛି।
ଏହାସହ ପୂର୍ଣ୍ଣିମା,ଅମାବାସ୍ୟା, ଏକାଦଶୀ ରବିବାର ,ସଂକ୍ରାନ୍ତିରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ। ପଶ୍ଚିମ ଦିଗକୁ ମୁହଁ କରି ତୁଳସୀ ବୃକ୍ଷ ରଖନ୍ତୁ ନାହିଁ।

ଘରର ବାଡିରେ ବା ଅଗଣାରେ ତୁଳସୀ ଗଛ ଲଗାଇବାର ସଠିକ ସମୟ ହେଉଛି କାର୍ତ୍ତିକ ମାସ । ଏହି ମାସର ଯେକୌଣସି ଦିନରେ କିମ୍ବା ମାସ ଆରମ୍ଭରେ ତୁଳସୀ ଗଛ ଆଣି ଘରେ ଲଗାଇବା ଦ୍ବାରା ବୈବାହିକ ଜୀବନ ସୁଖମୟ ହେବା ସହ ପରିବାରରେ ଶାନ୍ତି ବଜାୟ ରହିଥାଏ ।
ପ୍ରତିଦିନ ସକାଳେ ଓ ସଂଧ୍ୟାରେ ତୁଳସୀ ଗଛ ମୂଳରେ ଘିଅ ବା ରାଶି ତେଲରେ ଦୀପ ଜଳାଇଲେ ପାରିବାରିକ ଜୀବନ ସୁଖମୟ ହୋଇଥାଏ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories