www.samajalive.in
Thursday, December 11, 2025
15.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ… ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ.. ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ତନାଘନା କରୁଛି ଭିଜିଲାନ୍ସ ଟିମ୍‌… ଏକକାଳୀନ ୬ଟି ସ୍ଥାନରେ ହେଉଛି ଯାଞ୍ଚ… ଘଟଣାସ୍ଥଳରେ ଅଛନ୍ତି ୩ ଡିଏସପି, ୧୧ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ…

(୨) ଆଜିଠୁ ଆରମ୍ଭ ହେଲା କର୍ତ୍ତିକ ବ୍ରତ… ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା… ମାସେ ଯାଏଁ ବ୍ରତ ରଖିବେ ହବିଷ୍ୟାଳି… ଏବେଠୁ ଦେଖିବାକୁ ମିଳିଳାଣି ହବିଷ୍ୟାଳି କେନ୍ଦ୍ରରେ ଭିଡ…ବ୍ରତଧାରୀଙ୍କୁ ରହିବାକୁ ସ୍ଥାନ ମିଳୁନଥିବା ଅଭିଯୋଗ… ପଞ୍ଜୀକରଣ କରିଥିଲେ ବି ମିଳୁନି ଅନୁମତି…

- Advertisement -

(୩) ଧାମନଗରରେ ବହୁଛି ନିର୍ବାଚନ ତାତି… ଉପନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି ବିଜେପି… ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟ ବଂଶୀଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି… ସମବେଦା ଉପରେ ରଖିଛି ବିଜେପି ଭରସା.. ସେପଟେ ବିଜେଡି ଓ କଂଗ୍ରେସ ପକ୍ଷରୁ ଖୁବଶୀଘ୍ର ହୋଇପାରେ ପ୍ରାର୍ଥୀ ଘୋଷଣା…

(୪) ଦୁଲୁକୁଛି ଢେଙ୍କାନାଳ… ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ… ସହରର ୩୮ଟି ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ… ତୋରଣ ସାଙ୍ଗକୁ ଚିକମିକ୍‌ ଆଲୁଅରେ ସୁନ୍ଦର ଦିଶୁଛି ସହର…୨ବର୍ଷର କରୋନା କଟକଣା ପରେ ଧୁମଧାମରେ ମା’ଙ୍କ ଆରାଧନା କରୁଛନ୍ତି ସହରବାସୀ…

(୫) ଆହୁରି ତୀବ୍ର ହୋଇପାରେ ରୁଷ-ୟୁକ୍ରେନ୍‌ ଯୁଦ୍ଧ… ପୁଟିନ୍‌ ଡାକିଲେ ସୁରକ୍ଷା ପରିଷଦର ଜରୁରୀ ବୈଠକ… ସଜାଗ ହେଲାଣି ୟୁକ୍ରେନ୍‌… କ୍ରିମିଆ ସେତୁ ହମଲାର ପ୍ରତିଷୋଧ ନେଇପାରନ୍ତି ରୁଷ ରାଷ୍ଟ୍ରପତି… ମୁକାବିଲା କରିବାକୁ ୟୁକ୍ରେନ୍‌ ହେଉଛି ପ୍ରସ୍ତୁତ…

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories