www.samajalive.in
Monday, December 8, 2025
27.1 C
Bhubaneswar

ଢେଙ୍କିକୋଟରେ ସୁବର୍ଣ୍ଣ ଜୟନ୍ତୀ ଲକ୍ଷ୍ମୀପୂଜା

ପାଟଣା: ଢେଙ୍କିକୋଟ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ଗଜଲକ୍ଷ୍ମୀ ପୂଜାକୁ ଧୁମଧାମରେ ପାଳନ କରାଯାଉଛି । ସୁଦୃଶ୍ୟ ମେଢ଼ ଓ ଆକର୍ଷଣୀୟ ତୋରଣ ସାଙ୍ଗକୁ ବଜାର ଅଞ୍ଚଳରେ ଆଲୋକ ସଭା ଏଠାକାର ଆକର୍ଷଣ ହୋଇଛି । କର୍ତ୍ତା ରାମଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ପୂଜକ ପ୍ରଦୀପ କୁମାର ପଣ୍ଡା ଓ ପୁରୁଷୋତ୍ତମ ପଣ୍ଡା ପୂଜା କାର୍ଯ୍ୟ ତ୍ଵରାନିତ କରୁଛନ୍ତି । ସର୍ବସ୍ରୀ ମହେଶ୍ୱର ସାହୁ, ସଞ୍ଜୀବ କୁମାର ସାହୁ, ଦିଗାମ୍ବର ନାୟକ, ମକରଧ୍ବଜ ସାହୁ, ତାପସ ଓଝା ଓ ସୁଶାନ୍ତ ସେନାପତିଙ୍କ ଦ୍ଵାରା ଭବ୍ୟ କଳସ ଯାତ୍ରା ମଣ୍ଡପକୁ ଆସିବା ପରେ ପୂଜା ଆରମ୍ଭ ହୋଇଛି ।

କମିଟି ପକ୍ଷରୁ ବିଜୟ କୁମାର ସାହୁ, ଲକ୍ଷ୍ମୀଧର ସାହୁ , ଶଙ୍କର୍ଷଣ ସାହୁ, ରବୀନ୍ଦ୍ର କୁମାର ସାହୁ, ନୀଳମଣି ମଣ୍ଡଳ , ଉପେନ୍ଦ୍ର ଓଝା ଓ ପ୍ରମୁଖ ଅନ୍ୟମାନେ ପୂଜା ଆଦି କାର୍ଯ୍ୟରେ ସହଯୋଗ ଯୋଗାଇ ଦେଉଥିବା ବେଳେ ୧୦ ଓ ୧୧ ତାରିଖ ୨ଦିନ ଧରି ଏଠାରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ଦ୍ଵାରା କରାଯିବ ବୋଲି ସୂଚନା ମିଳିଛି । ସେହିପରି ନବକିଶୋର ସାହୁ, ରଞ୍ଜନ କୁମାର ସାହୁ, ଶରତ ପାଳ, କୁହ୍ଲିଆ ମଣ୍ଡଳ , ଚିତ୍ତରଞ୍ଜନ ସାହୁ , ନରୋତ୍ତମ ଓ ପ୍ରତାପ ଚନ୍ଦ୍ର ସାହୁଙ୍କ ପକ୍ଷରୁ ନିଜସ୍ଵ ଉଦ୍ୟମରେ ଢେଙ୍କିକୋଟରେ ମେଢ଼ ସ୍ଥାପନ କରାଯାଇ ଧୁମଧାମରେ ଲକ୍ଷ୍ମୀପୂଜା ଚାଲିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories