www.samajalive.in
Sunday, December 14, 2025
26.1 C
Bhubaneswar

ଆସନ୍ତାକାଲି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ : ସୁଆଣ୍ଡୋରେ ପ୍ରସ୍ତୁତି ଚୁଡାନ୍ତ

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ଆସନ୍ତାକାଲି (ରବିବାର) ପାଳନ ପାଇଁ ଜନ୍ମମାଟି ସୁଆଣ୍ଡୋରେ ଗୋପବନ୍ଧୁ ସ୍ମୁତି ପରିଷଦ ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ସକାଳ ୯ଟାରେ ଉତ୍ସବର ମୁଖ୍ୟ ଅତିଥି ଭାବେ ଜିଲାପାଳ ସମର୍ଥ ବର୍ମା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆୟୋଜିତ ସ୍ମୃତିଚାରଣ ସଭାରେ ଜିଲାପାଳ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ, ଜିଲା ସଂସ୍କୃତି ବିଭାଗ ଅଧିକାରୀ, ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର ଜୟନ୍ତ କୁମାର ଜୟସିଂହ, ଓଡିଶା ସେତୁ ଓ ନିର୍ମାଣ ନିଗମ ସାଧାରଣ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ତଥା ପ୍ରୋଜେକ୍ଟ ଅଫିସର ସୁନ୍ଦର ମାଧବ ପାଢ଼ୀ ଯୋଗଦାନ କରିବେ । ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବେ। ଗୋପବନ୍ଧୁ ସ୍ମୁତି ପରିଷଦ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ନାଥ ଦାଶ ବାର୍ଷିକ ବିବରଣୀ ପାଠ କରିବେ। ସମାଜ ଓ ଲୋକସେବକ ଯୁବ ମଣ୍ଡଳ କର୍ମକର୍ତ୍ତାଗଣ ଓ ସମାଜସେବୀ ଗୋବିନ୍ଦ ମହାପାତ୍ର ପ୍ରମୁଖ ପଦଯାତ୍ରୀ ମାନଙ୍କୁ ସ୍ୱାଗତ କରାଯିବ । ବିଦ୍ୟାର୍ଥୀ (ପ୍ରସାଦ ସେବା)କୁ ଜିଲାପାଳ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ମୁତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଜଣାଇଛନ୍ତି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories