www.samajalive.in
Sunday, December 14, 2025
26.1 C
Bhubaneswar

ବାସ୍ତୁ ; ଭାଗ୍ୟରେ ସୁପରିବର୍ତ୍ତନ ଆଣି ଦୂର କରେ ଅନେକ ସମସ୍ୟା

ବାସ୍ତୁ ଶାସ୍ତ୍ରରେ ଦିଗର ଖୁବ ମହତ୍ତ୍ୱ ରହିଛି। ଘରେ ପ୍ରତ୍ୟେକ ଜିନିଷର ମଧ୍ୟ ବିଶେଷତ୍ୱ ରହିଛି। ଘରକୁ ବାସ୍ତୁ ଅନୁଯାୟୀ ସଜାଇବା ଦ୍ୱାରା ଓ ଜିନିଷ ସଠିକ ଭାବେ ରଖିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା,ସ୍ନେହ ଶ୍ରଦ୍ଧା, ସୁଖଶାନ୍ତି ଓ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିଥାଏ। ରୋଗ ଶରୀର ଠାରୁ ଦୂରେଇ ରହିଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ବାସ୍ତୁ ଦୋଷ ଦୂର କରିବା ପାଇଁ ଘରେ ଭିତରେ ହୋଇଥିବା ସାଜସଜ୍ଜାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। କେଉଁ ସ୍ଥାନରେ କେଉଁ ଜିନିଷ ରଖିବା ଉଚିତ ତାହା ମଧ୍ୟ ଜାଣିବା ଆବଶ୍ୟକ। ସଠିକ ସ୍ଥାନରେ ସଠିକ ଜିନିଷ ନରହିଲେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ତେଣୁ ସଠିକ ଭାବେ ପ୍ରତ୍ୟେକ ଜିନିଷକୁ ସଜାଇ ରଖିବା ଉଚିତ। ଏହାଦ୍ୱାରା ଘରେ ସୁଖଶାନ୍ତି ପ୍ରବେଶ କରିଥାଏ।
ଘରେ ଯଦି କୌଣସି ପ୍ରକାର ମରାମତି କାମ କରିବେ ତେବେ ଘରର ଛାତରେ ପ୍ରଥମେ ଏକ ଗୋଲ ଆକାରର ଆଇନା ରଖନ୍ତୁ। ଏହାଦ୍ୱାରା ଶବ୍ଦ କାରଣରୁ ସୃଷ୍ଟି ହୋଇଥିବା ବାସ୍ତୁ ଦୋଷ ଦୂର ହୋଇଥାଏ।
ସଭିଁଙ୍କ ସ୍ୱାସ୍ଥ୍ୟ ମୁଖ୍ୟତଃ ଖାଦ୍ୟ ସହ ଜଡିତ। ତେଣୁ ଭୁଲ ଦିଗରେ ରୋଷେଇ ଘର ଆଦୌ ରଖନ୍ତୁ ନାହିଁ। ଭୁଲ ଦିଗରେ ରୋଷେଇ ଘର ରହିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ରୋଷେଇ ଘରର ଆଗ୍ନେୟ କୋଣରେ ଏକ ବଲବ୍‍ ଜଳାଇ ରଖନ୍ତୁ। ସକାଳ ଠାରୁ ସନ୍ଧ୍ୟା ଏହି ବଲବ୍‍ ଜଳାଇ ରଖନ୍ତୁ।
ହିନ୍ଦୁ ଧର୍ମରେ ସ୍ୱସ୍ତିକ ଚିହ୍ନର ଖୁବ ମହତ୍ତ୍ୱ ରହିଛି। ତେଣୁ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଏହି ଚିହ୍ନ ରଖନ୍ତୁ। ଏହା ଶୁଭଫଳ ଓ ଶୁଭ ସଙ୍କେତ ପ୍ରଦାନ କରିଥାଏ। ସର୍ବଦା ୯ ଆଙ୍ଗୁଠି ଲମ୍ବ ଓ ଓସାରର ସ୍ୱସ୍ତିକ ଚିହ୍ନ ରଖିବା ଦ୍ୱାରା ସମସ୍ତ ରୋଗ ଓ ଦୋଷରୁ ମୁକ୍ତି ମିଳିଥାଏ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories