ଦୁବାଇ : କେହି ଭୋକରେ ନ ରୁହନ୍ତୁ , ପ୍ରତ୍ୟେକ ଦେଶର ସରକାର ଏହି କଥା ପ୍ରତି ପ୍ରଥମେ ଗୁରୁତ୍ୱ ଦେଇଥାଆନ୍ତି। ଦୁନିଆରେ ଏଭଳି କେତେକ ଦେଶ ରହିଛି, ଯେଉଁ ଠାରେ ଅଧିକ ମହଙ୍ଗା ହେତୁ ଲୋକଙ୍କୁ ଗୋଟିଏ ସମୟରେ ଖାଦ୍ୟ ଖାଇବାକୁ ମିଳିନଥାଏ। କୌଣସି ଅସହାୟ ଓ ଗରିବ ଲୋକେ ଉପବାସରେ ନ ରହିବା ପାଇଁ ଦୁବାଇର ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି। ସରକାର ଏଠାରେ ମାଗଣାରେ ରୁଟି, ପାଉଁରୁଟି ପାଇଁ ସ୍ମାର୍ଟ ଭେଡିଙ୍ଗ ମେସିନ୍ ଲଗାଇଛନ୍ତି।
ଭୋକ ଲାଗୁଥିବା ଲୋକେ ମେସିନର ଗୋଟିଏ ବଟନ୍ ବ୍ୟବହାର ଦ୍ୱାରା ପାଉଁରୁଟି କିମ୍ବା ରୁଟି ମିଳିବ। ଏହାଦ୍ୱାରା ଗରିବ ଅସହାୟ ପରିବାର ଓ ଶ୍ରମିକଙ୍କୁ ୨୪ ଘଣ୍ଟା ମାଗଣାରେ ରୁଟି ଉପଲବ୍ଧ କରିବା ପାଇଁ ଏହି ଯୋଜନା କରାଯାଇଛି। ଦୁବାଇର କେତେକ ସ୍ଥାନରେ ଏହି ମେସିନର ବ୍ୟବହାର କରାଯାଇଛି।
ଏହି ମେସିନକୁ ବ୍ୟବହାର କରିବା ଖୁବ ସହଜ। ଏଥିରୁ ଦୁଇ ପ୍ରକାରର ପାଉଁରୁଟି ମିଳିଥାଏ। ପାଉଁରୁଟିର ଚୟନ ପାଇଁ ବଟନ୍ ଥିବା ସହ ୧ ମିନିଟ ମଧ୍ୟରେ ପାଉଁରୁଟି ମେସିନରୁ ଆସିଥାଏ। ଯେ କେହି ଚାହିଁବେ ଅସହାୟଙ୍କ ପାଇଁ ହୋଇଥିବା ଏହି ଯୋଜନା ପାଇଁ ନିଜ ଇଚ୍ଛାରେ ଟଙ୍କା ଦେଇପାରିବେ। ମେସିନରେ ମୋବାଇଲ ବ୍ୟବହାର କରି ମଧ୍ୟ ଟଙ୍କା ଦେଇପାରିବେ।
ଜାଣନ୍ତୁ କେଉଁ ସ୍ଥାନ ; ଏଠାରେ ମେସିନ୍ ଦେଉଛି ମାଗଣା ପାଉଁରୁଟି
Popular Categories



