www.samajalive.in
Saturday, December 13, 2025
14.1 C
Bhubaneswar

ପୁରୀରେ ବୋମାମାଡ଼, ୬ଆହତ

ପୁରୀ : ପୁରୀ ସମୁଦ୍ରକୂଳ ନିକଟସ୍ଥ ବଳିଆପଣ୍ଡା ମଙ୍ଗଳାସାହିରେ ରବିବାର ବୋମାମାଡ ହୋଇଛି। ସେଥିରେ ୬ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଜିଲା ସଦର ହାସପାତାଳରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀଙ୍କୁ ପୁଲିସ ସୁରକ୍ଷା ଦେଉଥିବା ଅଭିଯୋଗ କରି ଶତାଧିକ ଲୋକ ଥାନା ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଆହତମାନେ ହେଲେ ଗଣେଶ ବିଶ୍ୱାଳ (୩୨), ରବିନ ମଣ୍ଡଳ (୪୮), ଗୀତାଞ୍ଜଳି ଦାସ (୨୮), ସାବିତ୍ରୀ ମଣ୍ଡଳ (୪୫), ଧନଞ୍ଜୟ ମଣ୍ଡଳ (୨୮) ଓ ବାପି ଦାସ (୪୦)। ସେମାନଙ୍କ ଘର ମଙ୍ଗଳା ସାହିରେ। ଜଣେ ବ୍ୟକ୍ତିଙ୍କ ଦଶାହ ଶୁଦ୍ଧିକ୍ରିୟା ଚାଲିଥିବା ବେଳେ କେତେକ ଅସାମାଜିକ ଯୁବକ ସେଠାରେ ଅତର୍କିତ ବୋମାମାଡ କରିଥିଲେ। ଏହାଛଡା ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି।
ଆକ୍ରମଣ ଆଶଙ୍କା କରି ବାପି ଦାସ ରବିବାର ସକାଳେ ଆଗୁଆ ବଳିଆପଣ୍ଡା ଥାନାକୁ ଲିଖିତ ଭାବେ ଜଣାଇଥିଲେ। ଏହାସତ୍ତ୍ବେ ପୁଲିସ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିନଥିଲା। ପୁଲିସ ନିରବତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସନ୍ଧ୍ୟାରେ ମଙ୍ଗଳାସାହିରେ ବୋମା ଫିଙ୍ଗିବା ସହ ୬ଜଣଙ୍କୁ ଆକ୍ରମଣ କରିଛନ୍ତି। ସଂପୃକ୍ତ ଅଞ୍ଚଳର କିଛି ଜଣାଶୁଣା ଅପରାଧୀଙ୍କୁ ପୁଲିସ ସୁରକ୍ଷା ଦେଉଥିବା ଆହତ ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି। ଥାନା ସମ୍ମୁଖରେ ଶତାଧିକ ଲୋକ ପରିବାର ସହ ଧାରଣା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉତ୍ତେଜନା ଲାଗି ରହିଥିବାରୁ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯାଇଛି। ବୋମାମାଡ ଓ ଆକ୍ରମଣ ଘଟଣାରେ କେତେକ ପେସାଦାର ଅପରାଧୀ ସଂପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories