www.samajalive.in
Sunday, December 14, 2025
26.1 C
Bhubaneswar

ବିଜେଡି ପକ୍ଷରୁ ସମାନ୍ତରାଳ ଜନସମ୍ପର୍କ ପଦଯାତ୍ରା

ବେଗୁନିଆ: ଗାନ୍ଧୀ ଜୟନ୍ତୀ ଅବସରରେ ରବିବାର ବିଜେଡି ପକ୍ଷରୁ ସିମୋର ଏବଂ ବାଘମାରୀଠାରେ ଦଳର ଦୁଇ ନେତାଙ୍କ ଦ୍ୱାରା ସମାନ୍ତରାଳ ଭାବେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପକୁମାର ସାହୁ ବେଗୁନିଆ ବୋଲଗଡ଼ର ଦଳୀୟ କର୍ମୀମାନଙ୍କୁ ଏକାଠି କରି ସିମୋରଠାରୁ ପଦଯାତ୍ରା ଆରମ୍ଭ କରିଥିବାବେଳେ ବିଧାୟକ ରାଜେନ୍ଦ୍ରକୁମାର ସାହୁ ବାଘମାରୀ ମହିଳା କଲେଜଠାରୁ ଆରମ୍ଭ କରିଥିଲେ। ସାଧାରଣ ସମ୍ପାଦକ ପ୍ରଦୀପକୁମାର ସାହୁଙ୍କ ନେତୃତ୍ୱରେ ବେଗୁନିଆ ବୋଲଗଡ଼ର ବହୁ ବିଜେଡି କର୍ମୀ ସିମୋର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଏକତ୍ରିତ ହୋଇ ପଦଯାତ୍ରା ଆରମ୍ଭ କରିଥିଲେ । ସିମୋର ଛକ ଦେଇ ଗଂପୁର ବଜାର ଉପରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ପହଞ୍ଚିଥିଲେ। ସେଠାରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ପ୍ରଦୀପ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ଲଷ୍ମୀଧର ସୁବୁଦ୍ଧି, ସିମୋର ସରପଞ୍ଚ ହାଡୁବନ୍ଧୁ ମହାପାତ୍ର ଏବଂ ଅଜୟ କୁମାର ମହାପାତ୍ର ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଉପସ୍ଥିତ କର୍ମୀମାନେ ରାଜ୍ୟର ଉନ୍ନତି ପାଇଁ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ସମସ୍ତେ ମିଳିମିଶି କାମ କରିବାକୁ ପଡିବ ବୋଲି କହିଥିଲେ।

ସେହିପରି ବାଘମାରୀ ମହିଳା ମହାବିଦ୍ୟାଳୟଠାରୁ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ଦୁର୍ଗାମଣ୍ଡପ ରଘୁନାଥ ମନ୍ଦିର ଦେଇ ଅଟ୍ରିସାହି ଭିତରେ ପଶି ବାଘମାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ପହଞ୍ଚିଥିଲେ। ସେଠାରେ ଆୟୋଜନ କରାଯାଇଥିବା ରକ୍ତଦାନ ଶିବିରକୁ ବିଧାୟକ ପରିଦର୍ଶନ କରି ରକ୍ତଦାତାମାନଙ୍କୁ ଉତ୍ସ।ହିତ କରିଥିଲେ। ବିଧାୟକ ସେଠାରେ ବୃକ୍ଷ ରୋପଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories