www.samajalive.in
Friday, December 12, 2025
26.1 C
Bhubaneswar

ଇନ୍ଦୋର ସବୁଠୁ ସ୍ବଚ୍ଛ ସହର

ନୂଆଦିଲ୍ଲୀ : କ୍ରମାଗତ ୬ଷ୍ଠ ଥର ପାଇଁ ଇନ୍ଦୋର ଦେଶର ସବୁଠାରୁ ସ୍ବଚ୍ଛ ସହର ଭାବେ ମନୋନୀତ ହୋଇଛି। ସେହିପରି ସୁରଟ ସ୍ବଚ୍ଛତା ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ନବି ମୁମ୍ବଇ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀ ତାଲିକାର ୯ମ ସ୍ଥାନରେ ରହିଛି। ୨୦୨୦ରେ ନୂଆଦିଲ୍ଲୀ ତାଲିକାର ୮ମ ସ୍ଥାନରେ ରହିଥିଲା। ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବଚ୍ଛ ସହର ତାଲିକା ଘୋଷଣା କରିଥିଲେ। ନୋଏଡା ତାଲିକାର ୧୧ନଂରେ ରହିଥିବା ​‌େ​‌ବଳେ ୨୦୨୧ରେ ଏହି ସହର ତାଲିକାର ୯ମ ସ୍ଥାନରେ ରହିଥିଲା। ଦୁଇଟି ବିଭାଗରେ ସ୍ବଚ୍ଛ ସହର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏକଲକ୍ଷରୁ କମ୍‌ ଜନସଂଖ୍ୟା ଓ ଏକଲକ୍ଷରୁ ଅଧିକ ଜନସଂଖ୍ୟା ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏକଲକ୍ଷରୁ କମ୍‌ ଜନସଂଖ୍ୟା ତାଲିକାର ପ୍ରଥମ ୫ଟି ସ୍ଥାନରୁ ୪ଟିରେ ମହାରାଷ୍ଟ୍ରର ସହର ରହିଛନ୍ତି। ୨୦୨୨ରେ ମୋଟ ୪୩୫୪ଟି ସହରକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। ସ୍ବଚ୍ଛ ସର୍ବେକ୍ଷଣ ନାମରେ ଏହି କାର୍ଯ୍ୟକ୍ରମ ୨୦୧୬ରେ ଆରମ୍ଭ ହୋଇଥିଲା। ସେତେବେଳେ ମାତ୍ର ୭୩ଟି ସହରକୁ ଏଥିରେ ସାମିଲ କରାଯାଇଥିଲା।
ସ୍ବଚ୍ଛ ସର୍ବେକ୍ଷଣ ସଂପର୍କରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ସହରଗୁଡ଼ିକର ସ୍ବଚ୍ଛତା ପରଖିବା ସହ ସମୟୋଚିତ ପଦକ୍ଷେପ ଗ୍ରହଣ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଦୁଆର ମୁହଁରୁ ଅଳିଆ ସଂଗ୍ରହ, ରାସ୍ତା ଓ ଶୌଚାଳୟର ସଫେଇ, ସହର ସୌଦର୍ଯ୍ୟକରଣ, ନାଳ ସଫେଇ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories