www.samajalive.in
Friday, December 12, 2025
19.1 C
Bhubaneswar

ଖଡଗେ-ତରୁର୍‌ଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ତରୁର୍‌ଙ୍କ ମଧ୍ୟରେ ମୁକାବିଲା ହେବ। ଅଧ୍ୟକ୍ଷ ପଦ ନିମନ୍ତେ ଶୁକ୍ରବାର ଖଡଗେ ଓ ତରୁର୍‌ଙ୍କ ବ୍ୟତୀତ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେଶରୀ ନାଥ ତ୍ରିପାଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ଶନିବାର ଯାଞ୍ଚ ସମୟରେ ତ୍ରିପାଠୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିବା କଂଗ୍ରେସ ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଖଡଗେ ୧୪ଟି, ଥରୁର୍‌ ୫ଟି ଓ ତ୍ରିପାଠୀ ଗୋଟିଏ ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରିଥିବା ସେ ସୂଚନା ଦେଇଥିଲେ। ତ୍ରିପାଠୀଙ୍କ ପ୍ରାର୍ଥିପତ୍ରରେ ପ୍ରସ୍ତାବକଙ୍କ ସ୍ବାକ୍ଷର ଅମେଳ ହୋଇଥିବାରୁ ତାହାକୁ ନାକଚ କରାଯାଇଥିବା ମିସ୍ତ୍ରି କହିଥିଲେ। ତ୍ରିପାଠୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବାରୁ କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ଖଡଗେ ଓ ତରୁର୍‌ଙ୍କ ମଧ୍ୟରେ ମୁକାବିଲା ହେବା ସ୍ପଷ୍ଟ ହୋଇଯାଇଛି।
ଅନ୍ୟପକ୍ଷରେ ଖଡଗେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। କଂଗ୍ରେସରେ ଗୋଟିଏ ବ୍ୟକ୍ତି, ଗୋଟିଏ ପଦ ନିୟମ ରହିଥିବାରୁ ଖଡଗେ ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଖଡଗେ ଇସ୍ତଫା ଦେଇଥିବାରୁ ଦିଗ୍‌ବିଜୟ ସିଂହ ଓ ପି. ଚିଦାମ୍ବରମ୍‌ଙ୍କ ମଧ୍ୟରୁ ଜଣେ ରାଜ୍ୟସଭାର ବିରୋଧୀ ଦଳ ନେତା ହେବାର ସମ୍ଭାବନା ରହିଛି।
କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ଅକ୍ଟୋବର ୧୭ରେ ଭୋଟ ଗ୍ରହଣ ହେବ ଏବଂ ୧୯ରେ ଗଣତି ହେବ। ଏଥିରେ ୯୧୦୦ରୁ ଅଧିକ ସଦସ୍ୟ ଭୋଟ ଦେବେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଖଡଗେଙ୍କ ପ୍ରତି ୩୦ଜଣ ବରିଷ୍ଠ କଂଗ୍ରେସ ନେତାଙ୍କ ସମର୍ଥନ ରହିଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ ଅଶୋକ ଗହଲୋତ୍‌, ଦିଗବିଜୟ ସିଂହ, ମନୀଷ ତିୱାରୀ, ପୃଥ୍ବୀରାଜ ଚଭନ୍‌, ଦୀପେନ୍ଦ୍ର ହୁଡ୍ଡା ପ୍ରମୁଖ ରହିଛନ୍ତି। ସେହିପରି ଖଡଗେଙ୍କ ପ୍ରତି ଗାନ୍ଧୀ ପରିବାର ସମର୍ଥନ ରହିଥିବାରୁ ସେ ବିଜୟୀ ହେବା ସମ୍ଭାବନା ଅଧିକ ଥିବା ଚର୍ଚ୍ଚା ହେଉଛି। କିଛିଦିନ ତଳେ ପ୍ରବର୍ତ୍ତନ ନିର୍ଦେଶାଳୟ ତରଫରୁ ପଚରାଉଚରା ପାଇଁ ସୋନିଆ ଓ ରାହୁଲଙ୍କ ଡକାଯାଇଥିବା ବେଳେ ଏହାକୁ ବିରୋଧ କରି କଂଗ୍ରେସ ତରଫରୁ ଯେଉଁ ପ୍ରତିବାଦ ହୋଇଥିଲା, ସେଥିରେ ଖଡଗେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଖଡଗେଙ୍କ ପ୍ରତି ଗାନ୍ଧୀ ପରିବାର ତରଫରୁ ବିଶ୍ବାସ ପ୍ରକଟ କରାଯାଇଛି। ଅନ୍ୟପକ୍ଷରେ ତରୁର୍‌ ଜି-୨୩ ଗୋଷ୍ଠୀର ନେତା ଭାବେ ବେଶ୍‌ ଜଣାଶୁଣା। ସେ ସର୍ବଦା ଦଳ ନେତୃତ୍ବରେ ପରିବର୍ତ୍ତନ ପାଇଁ ଦାବି କରି ଆସୁଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories