www.samajalive.in
Saturday, December 13, 2025
26.1 C
Bhubaneswar

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରରେ ଆରମ୍ଭ ହେବ ୫-ଜି ସେବା

ରାଇରଙ୍ଗପୁର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ କୁସୁମୀ ବ୍ଳକ ପାହାଡପୁରସ୍ଥ ଏସଏଲଏସ ଟ୍ରଷ୍ଟ ପରିସରରେ ଆସନ୍ତାକାଲି ୫-ଜି ମୋବାଇଲ ସେବାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ମୋବାଇଲ ସେବା ଯୋଗାଣକାରୀ ରିଲାଏନ୍ସ କମ୍ପାନୀ ତରଫରୁ ପାହାଡପୁର ଗ୍ରାମରେ ବ୍ୟାପକ ପ୍ରସ୍ତୁତି ହୋଇଛି । ରିଲାଏନ୍ସ ଜିଓ କମ୍ପାନୀର ଉଚ୍ଚ ପଦାଧିକାରୀ ପହଞ୍ଚି ପ୍ରସ୍ତୁତି ଚଳାଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଓଡିଶାର ମୟୂରଭଞ୍ଜ ଜିଲାର ପାହାଡପୁର ସମେତ ଗୁଜରାଟ ଓ ଲଦାଖରେ ଏହି ୫-ଜି ସେବାର ଶୁଭ ଉଦଘାଟନ କରିବେ। ଏହାର ସିଧା ପ୍ରସାରଣ ଦେଖିବା ସହ ଏସଏଲଏସ ଟ୍ରଷ୍ଟର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ଏଥିପାଇଁ ପାହାଡପୁର ଗ୍ରାମ ଚଳଚଞ୍ଚଳ ହୋଇପଡିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories