www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରାଣନାଥଙ୍କ ଜୀବନୀ ସମସ୍ତଙ୍କର ଧ୍ୟେୟ ହେଉ : ରାଜ୍ୟପାଳ

ଭୁବ‌େନଶ୍ବର : ଆମେ ଯେଉଁ ସୁନ୍ଦର ଉତ୍ସରୁ ଆସିଛେ, ସେଠାକୁ ଫେରିଯିବା। ଏହି ଅବଧି ଭିତରେ କିଛି ଲୋକଙ୍କ ଜୀବନକୁ ଆନନ୍ଦ ଓ ସୁନ୍ଦର କରିପାରିବା ହେଉଛି ଜୀବନରେ ସାର୍ଥକତା। ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ ଜଣେ ଏଭଳି ବ୍ୟକ୍ତି ଥିଲେ, ଯିଏ ବିଭିନ୍ନ ଭୂମିକାରେ ଲୋକଙ୍କ ସେବା କରୁଥିଲେ। ତାଙ୍କର ଜୀବନୀ ସମସ୍ତଙ୍କ ପାଇଁ ଧ୍ୟେୟ ହେଉ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତପୋଷଣ କରିଛନ୍ତି।
ସାମ୍ୟବାଦ ଆନ୍ଦୋଳନର ଆଦ୍ୟ ପୁରୋଧା, ଶିକ୍ଷାବିତ୍ ଓ ସୁଲେଖକ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୫୨ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ  ଜୟଦେବ ଭବନରେ ଆୟୋଜିତ ସ୍ମୃତି ସମାରୋହରେ ମୁଖ୍ୟ ଅତିଥି  ରାଜ୍ୟପାଳ ପ୍ରଫେସର ଲାଲ ବିପ୍ଳବୀ ପ୍ରାଣନାଥଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ, କାରାଗାର ହେଉ ବା କାରାଗାର ବାହାରେ ଲୋକଙ୍କ ସେବା କରିବା ପାଇଁ ପ୍ରାଣନାଥଙ୍କର କୌଣସି ବନ୍ଧନ ନ ଥିଲା। ତାଙ୍କର ତ୍ୟାଗପୂତ ଜୀବନାଦର୍ଶ ପ୍ରେରଣାର ଉତ୍ସ। ଏହିଭଳି ମହାପୁୁରୁଷଙ୍କ ଜୀବନ ଆମକୁ ସଦାସର୍ବଦା ଅନୁପ୍ରେରିତ କରିବ। ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅର୍ଥ ଆମର ସେଥିରେ ସ୍ବାର୍ଥ ରହିଛି। ସେହି ସ୍ବାର୍ଥଟି ହେଲା- ତାଙ୍କ ଆଦର୍ଶ ଓ ଭାବଧାରାକୁ ନିଜ କାମରେ ଲଗାଇବା ଏବଂ ତାଙ୍କ କଥା ମନେ ପକାଇ ନିଜେ ଗର୍ବିତ ହେବା। ଆମେ ଶ୍ରଦ୍ଧାଞ୍ଜଳି ଦେଲେ ସେମାନେ କିଛି ପାଆନ୍ତିନି, ହେଲେ ଆମେ ବହୁତ କିଛି ପାଇଥାଉ। ପୂଜ୍ୟପୂଜାର ଏହା ହେଉଛି ମହାନ ପରମ୍ପରା।
ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ସଭାପତିତ୍ବ ଅଭିଭାଷଣ ରଖି କହିଥିଲେ, ଦେଶ ସ୍ବାଧୀନତା ପାଇଁ ପ୍ରାଣନାଥଙ୍କ ଅବଦାନ କିଛି କମ୍ ନୁହେଁ। ଓଡ଼ିଶା ଛାଡ଼ି ଭାରତବର୍ଷର ଅନ୍ୟ କୌଣସି ରାଜ୍ୟରେ ଯଦି ସେ ଜନ୍ମଗ୍ରହଣ କରିଥାନ୍ତେ, ତାହେଲେ ସେ ଜଣେ ଆନ୍ତର୍ଜାତିକ ବ୍ୟକ୍ତିିତ୍ବ ଭାବେ ପରିଚିତ ହୋଇଥାନ୍ତେ। ତାଙ୍କର ସମଗ୍ର ଜୀବନ ଜନସେବା ପାଇଁ ଉତ୍ସର୍ଗୀକୃତ ଥିଲା। ଲୋକଙ୍କ ହୃଦୟକୁ ସେ ଭଲ ଭାବେ ଚିହ୍ନୁଥିଲେ। ଅନ୍ୟମାନଙ୍କ ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ। ସାଂସଦ ଡ. ଅଚ୍ୟୁତ ସାମନ୍ତ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ପ୍ରାଣନାଥଙ୍କୁ ଜଣେ ସାଲିସବିହୀନ ଯୋଦ୍ଧା ରୂପେ ଅଭିହିତ କରିଥିଲେ।
ଏହି ଅବସରରେ ଚଳିତବର୍ଷର ‘ପ୍ରାଣନାଥ ସମ୍ମାନ’ ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିଲା। ସେମାନେ ହେଲେ- ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡା. ସିବିକେ ମହାନ୍ତି, କବି ରକ୍ଷକ ନାୟକ, ଚଳଚ୍ଚିତ୍ର ନିର୍ଦେଶକ ହିମାଂଶୁ ଖଟୁଆ, ଶିକ୍ଷାବିତ୍ ଡ. ସୌରେନ୍ଦ୍ର କୁମାର ମହାପାତ୍ର ଓ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର। ପ୍ରାଣନାଥ ସ୍ମୃତି ସମିତିର ସଭାପତି  ଶିକ୍ଷାବିତ୍ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସ୍ବାଗତ ଭାଷଣ ଓ ସମ୍ପାଦକ ଦିଲୀପ ହାଲି ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଡ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories