www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା ଡିଗ୍ରୀ କଲେଜରେ ଗାନ୍ଧିଦର୍ଶନ ଉପରେ ଆଲୋଚନା ଚକ୍ର

ଆଠଗଡ :  ଗାନ୍ଧିଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ ଏନଏସଏସ ଓ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ ଗାନ୍ଧିଦର୍ଶନ ଓ ନୈତିକତା ଉପରେ ଏକ ଆଲୋଚନାଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ତିଗିରିଆସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଜୟ କୁମାର ସ୍ୱାଇଁ ବିଷୟ ଭିତ୍ତିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧୀଙ୍କ ନୀତି, ଆଦର୍ଶ, ବିଚାରଧାରା, ତ୍ୟାଗ ଏବଂ ନୈତିକତା ସଂପର୍କରେ ବିସ୍ତୃତଭାବେ ଆଲୋଚନା କରିଥିଲେ । ଗାନ୍ଧିଙ୍କ ଆଦର୍ଶରେ ଛାତ୍ରୀମାନେ ଅନୁପ୍ରାଣିତ ହୋଇ ସତ୍ୟ, ସାଧୁତା ଓ ନୈତିକତାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସେହି ଆଧାରରେ କର୍ମମୟ ଜୀବନକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ଗାନ୍ଧିଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେବା ପାଇଁ ଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ । ଅଧ୍ୟାପିକା ବବିତା ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗାନ୍ଧିଜୟନ୍ତୀ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଗାନ୍ଧିଙ୍କ ବିଚାରଧାରା, ମୂଲ୍ୟବୋଧ ଓ ନୈତିକତାର ପ୍ରଚାର ପ୍ରସାର ପାଇଁ ରେଡକ୍ରସ ପରାମର୍ଶଦାତ୍ରୀ ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ର ଓ ଏନଏସଏସ ଯୋଜନା ଅଧିକାରୀ ଅଧ୍ୟାପିକା ବସିରା ବେଗମଙ୍କ ପରିଚାଳନାରେ ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହି ଅବସରରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅଧ୍ୟାପିକା ଶୁଭସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories