www.samajalive.in
Saturday, December 13, 2025
26.1 C
Bhubaneswar

ପଞ୍ଚମୀରେ ମାହେଶ୍ୱରୀ ବେଶରେ ଦର୍ଶନ ଦେଲେ ଦୁର୍ଗାଦେବୀ

ତିଗିରିଆ :  ତିଗିରିଆ ବ୍ଲକ ହାଟମାଳସ୍ଥିତ ପ୍ରାଚୀନ ଶକ୍ତିପୀଠ ମା’ ଦୁର୍ଗାଦେବୀଙ୍କ ପୀଠରେ ଶାରଦୀୟ ପାର୍ବଣର ଚତୁର୍ଦ୍ଦଶ ଦିବସ ତଥା ନବରାତ୍ରର ମହାପଞ୍ଚମୀ ପର୍ବ ଶୁକ୍ରବାର ପାଳିତ ହୋଇଯାଇଛି । ମା’ ଦୁର୍ଗାଦେବୀ ପଞ୍ଚମୀରେ ମାହେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ଅବସରରେ ପ୍ରତ୍ୟୁଷରୁ ପୀଠରେ ଦ୍ୱାରଫିଟା, ମଙ୍ଗଳଆଳତୀ, ସ୍ନାନ ପରେ ପଞ୍ଚ ଉପଚାର ଅନୁଷ୍ଠିତ ହୋଇଥିଲା । ଏହା ପରେ ଷୋଡ଼ଶ ଉପଚାର ଏବଂ ମଧ୍ୟାହ୍ନ ଖେଚୁଡ଼ି ଭୋଗ ଅନୁଷ୍ଠିତ ହେବା ସହିତ ପରେ ଚଣ୍ଡୀପାଠ ଓ ଅନ୍ନଭୋଗ ହୋଇଥିଲା। ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ, ଚଣ୍ଡୀ ପୁରାଣ ଆଦି ବିଧି ପାଳନ କରାଯାଇଥିଲା । ଶାରଦୀୟ ଷୋଳପୂଜା ଅବସରରେ ପ୍ରତ୍ୟେହ ସକାଳ ଏବଂ ସନ୍ଧ୍ୟାରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତ ପୀଠକୁ ଆସି ଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ପୀଠରେ ପ୍ରତିବର୍ଷ ମହାଷ୍ଟମୀ ଏବଂ ବିଜୟା ଦଶମୀ ଦିନ ପ୍ରବଳ ଜନସମଗାମ ଦେଖିବାକୁ ମିଳିଥାଏ। ପୀଠରେ ମୁଖ୍ୟ ସେବିକା ବ୍ରହ୍ମଚାରିଣୀ ବ୍ରହ୍ମପ୍ରିୟା ଦେବୀ, ପଣ୍ଡିତ ଶ୍ରୀନିବାସ ମହାପାତ୍ର, ଶଶୀ ଭୂଷଣ ମହାପାତ୍ର ପ୍ରମୁଖଙ୍କ ସହିତ ଅନ୍ୟ ସେବାୟତମାନେ ଉପସ୍ଥିତ ରହି ଦେବୀଙ୍କ ଏହି ଶାରଦୀୟ ଉତ୍ସବର ସ୍ୱତନ୍ତ୍ର ପୂଜାପର୍ବକୁ ସୂଚାରୁ ରୂପେ ସମ୍ପାଦନ କରୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories