କଣ୍ଟାବାଞ୍ଜି : ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କ୍ଳଷ୍ଟର ସିଆରସିସି ଧନସିଂ ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀ, ସମାଜ ସେବୀ ଥମିର ଛତ୍ରିଆ ଉପସ୍ଥିତ ଥିଲେ।ମିଟିର ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତିରେ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ପୋଷାକ, ଗୋଟିଏ ହଳ ଜୋତା, ଦୁଇହଳ ମୋଜା,ଗୋଟିଏ ବେଲ୍ଟ ଓ ବ୍ୟାଚ ପ୍ରଦାନ କରାଯାଇଛି । ଏହି ମେଳାରେ ଶିକ୍ଷକ ମନୋଜ ତାଣ୍ଡି, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି, ଲେମ୍ପର ଶିକ୍ଷା ସାଧନ କର୍ମୀ ନରେଶ ତାଣ୍ଡି ସହଯୋଗ କରିଥିଲେ।
Popular Categories



