www.samajalive.in
Saturday, December 13, 2025
26.1 C
Bhubaneswar

ବେଆଇନ ଦେଶୀ ବନ୍ଧୁକ ଜବତ : ଜଣେ ଗିରଫ

ଦେବଗଡ଼ : ପବିତ୍ର ଦୁର୍ଗାପୂଜା ଅବସରରେ ଜିଲାରେ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ଜିଲା ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ସ୍ପେସାଲ ଡ୍ରାଇଭ ଜରିଆରେ ଧରପଗଡକୁ ତ୍ୱରାନ୍ୱିତ କରାଯାଇଛି । ଏହି କ୍ରମରେ ବାରକୋଟ ଥାନା ପୁଲିସ ସମ୍ପୃକ୍ତ ଥାନା ଅଞ୍ଚଳର ଜୟପିଛୁଳା ଗ୍ରାମର ବୃଷଭ ମୁଣ୍ଡା ଘରେ ଏକ ଦେଶୀ ବନ୍ଧୁକ ରଖିଥିବା ସୂଚନା ପାଇ ତାଙ୍କ ଘରେ ସଦଳବଳେ ଚଢଉ କରି ଥିଲା। ଚଢଉ ସମୟରେ ତାଙ୍କ ଘରୁ ଏକ ଗୁଳିଭର୍ତ୍ତି ବେଆଇନ ଦେଶୀ ବନ୍ଧୁକ (ଏସ୍ବିଏମ୍ଏଲ୍ ଗନ୍) ଠାବ ହୋଇଥିଲା । ଏହି ବନ୍ଧୁକଟିକୁ ବୃଷଭଙ୍କ ପୁଅ ମହାନ୍ତି ମୁଣ୍ଡା(୨୫)ବ୍ୟବହାର କରୁଥିବା ଜଣାପଡିବା ପରେ ପୁଲିସ ଉକ୍ତ ବନ୍ଧୁକଟିକୁ ଜବତ କରିବା ସହ ମହାନ୍ତିକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା ।  ଏନେଇ ଜିଲା ପୁଲିସ ପକ୍ଷରୁ ଜିଲା ପୁଲିସ ମୂଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରମୋଦ କୁମାର ରଥ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଡି.ଏସ୍.ପି. ପ୍ରଦୀପ କୁମାର କେର୍କଟା ଓ ବାରକୋଟ ଥାନା ଅଧିକାରୀ କନକ ମାଝୀ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories