www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରକାଶ ପାଇଲା ଦେଶର ଶ୍ରେଷ୍ଠ କୃଷି ଗବେଷଣା ସଂସ୍ଥା ରାଙ୍କ, ୯ମ ସ୍ଥାନରେ ସିଫା

ପିପିଲି:ଦେଶରେ ଥିବା ୯୩ଟି କୃଷି ଗବେଷଣା ସଂସ୍ଥା ମଧ୍ୟରେ ଓଡିଶାର କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ୯ମ ସ୍ଥାନ ଅଧିକାର କରିଛି। ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍) କେନ୍ଦ୍ର କୃଷି ଓ କୃଷକ ମଙ୍ଗଳ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯-୨୦ ଓ ୨୦୨୦-୨୧ ମସିହା ପାଇଁ ପ୍ରକାଶ ପାଇଥିବା ରାଙ୍କ ତାଲିକାରେ ଶ୍ରେଷ୍ଠ ୧୦ଟି ସଂସ୍ଥା ମଧ୍ୟରେ ସିଫା ସ୍ଥାନ ପାଇଛି। ଗବେଷଣାରେ ସଫଳତା, କୃତୀତ୍ୱ, ମାନ୍ୟତା, ପୁରସ୍କାର, ଗବେଷଣା ସମ୍ପନ୍ଧୀୟ ନିବନ୍ଧ ପ୍ରକାଶନ ଏବଂ ଗବେଷଣାର ପ୍ରଭାବ ଆଦି ବିଚାରକୁ ନେଇ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ ପ୍ରତିବର୍ଷ ଏହି ରାଙ୍କ୍ ପ୍ରସ୍ତୁତ କରାଯାଇଥାଏ ବୋଲି ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ସିଫାରେ କାର୍ଯ୍ୟରତ ସମସ୍ତ ବୈଜ୍ଞାନିକ, ଗବେଷକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶକ ଡଃ ସ୍ୱାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଉତ୍ପାଦନ ବୃଦ୍ଧି, ଖାଦ୍ୟ ନିରାପତ୍ତା, କୃଷକମାନଙ୍କ ରୋଜଗାର ବୃଦ୍ଧି, ପରିବେଶ ସୁରକ୍ଷା ପାଇଁ ସିଫାର ବୈଜ୍ଞାନିକମାନେ ଆହୁରି ଅଧିକ ପରିଶ୍ରମ କରିବା ସହ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories