www.samajalive.in
Sunday, December 14, 2025
23.1 C
Bhubaneswar

ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ଓଡ଼ିଶା ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିଶ୍ୱ ଖାଦ୍ୟ ସଂଗଠନର ଭାରତ ମୁଖ୍ୟ ବିଶୋ ପାରାଜୁଲି। ଶୁକ୍ରବାର ଲୋକସେବା ଭବନରେ ପାରାଜୁଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ଓଡ଼ିଶାର ପ୍ରଶଂସା କରିବା ସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ସାରା ଦେଶରେ ଓଡ଼ିଶା ଏକ ନମ୍ୱର ସ୍ଥାନରେ ରହିଛି ବୋଲି କହିଛନ୍ତି। ଡବ୍ଲ୍ୟୁଏଫପିର କାର୍ଯ୍ୟକଳାପରେ ସର୍ବୋତ୍ତମ ସହାୟତା ଏବଂ ସହଯୋଗ ପାଇଁ ମଧ୍ୟ ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେମାନେ ଓଡ଼ିଶାରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବେ ବୋଲି କହିଛନ୍ତି ପାରାଜୁଲି।

ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ମାଲକାନଗିରି ଜିଲ୍ଲାରେ ପୋଷଣଯୁକ୍ତ ଚାଉଳ ବଣ୍ଟନର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବଣ୍ଟନ କାର୍ଯ୍ୟକ୍ରମର ସୀମା ନିର୍ଦ୍ଧାରଣ ପାଇଁ ସର୍ଭେ କରାଯିବ। ପୋଷଣଯୁକ୍ତ ଚାଉଳ ଧାନର ଉପଯୋଗୀତା ନେଇ ଯୋଗାଣ ଅଧିକାରୀ, ମିଲର ଓ ଡିଲରଙ୍କୁ ସଚେତନ କରାଯିବ। ସବୁ ପିଡିଏସ ଜିଲ୍ଲାରେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ସମୟରେ ରାଜ୍ୟର ୫ ମହାନଗର ନିଗମରେ ଅତି କମରେ ୨ଟି ଲେଖାଏଁ ଶସ୍ୟ ଏଟିଏମ ପ୍ରତିଷ୍ଠା ପାଇଁ ଡବ୍ଲ୍ୟୁଏଫପି ଭାରତ ମୁଖ୍ୟଙ୍କ ନିକଟରେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦାବି କରିଛନ୍ତି।

- Advertisement -

 

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories