www.samajalive.in
Sunday, December 14, 2025
26.1 C
Bhubaneswar

ମଙ୍ଗଳପୁର ଦୁର୍ଘଟଣାରେ ଅପେରା ପାର୍ଟି ଟ୍ରକ ଜବତ, ଚାଳକ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର ଢାବା ନିକଟରେ ବୁଧବାର ସକାଳେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଟ୍ରକଟିକୁ ପୁଲିସ ଜବତ କରିବା ସହ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ଟ୍ରକଟି ରାଜଧାନୀ ଅପେରାର ହୋଇଥିବା ବେଳେ ଟ୍ରକଟି କେନ୍ଦେଇପଶିରେ ଅପେରା ପାର୍ଟିର ସାମଗ୍ରୀ ଲୋଡ କରୁଥିବା ସମୟରେ ପାଟଣା ପୁଲିସ ସେଠାରେ ପହଞ୍ଚି ଟ୍ରକ ଟିକୁ ଜବତ କରିଥିଲା ।

ବୁଧବାର ସକାଳେ ନୁସୁରିପଶି ଗ୍ରାମର ମୃତ ମହିଳା ସୋମବାରୀ ମୁଣ୍ଡା ସ୍ବାମୀ ରବି ମୁଣ୍ଡା ଓ ଦିଅର ବନମାଳୀଙ୍କ ସହ ଟିଭିଏସ ଲୁନାରେ ପାଟଣା ଆସୁଥିବା ସମୟରେ ୨୨୦ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁରର ଏଞ୍ଜେଲ ଢାବା ନିକଟରେ ତାଙ୍କ ଟିଭିଏସ ଲୁନାଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ରବି ଓ ବନମାଳୀ ରାସ୍ତାର ବାମ କଡ଼କୁ ପଡ଼ିଯାଇଥିବା ବେଳେ ସୋମବାରୀ ଡାହାଣ ପାଖ ରାସ୍ତା ଉପରକୁ ଛିଟକି ପଡ଼ିଥିଲେ ।

- Advertisement -

ଠିକ୍ ସେହି ସମୟରେ ପଛେ ପଛେ ଆସୁଥିବା ଅପେରା ପାର୍ଟି ଟ୍ରକଟି ସୋମବାରୀଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପାଟଣା ଥାନା ସବ୍ଇନ୍ସପେକ୍ଟର ମନୋରମା ସ୍ବାଇଁ ଥାନାରେ ୨୦୯/୨୦୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଟ୍ରକ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories