www.samajalive.in
Sunday, December 14, 2025
26.1 C
Bhubaneswar

ନାମଫଳକ ଉନ୍ମୋଚନ କଲେ ପୌର ପରିଷଦ ଅଧ୍ୟକ୍ଷା

ଫୁଲବାଣୀ: ଫୁଲବାଣୀ ପୌର ପରିଷଦର ୧୨ ନମ୍ବର ୱାର୍ଡର ସତ୍ୟସାଇ ନିବାସ ସାହିର ନୂତନ ନାମକରଣ କରାଯାଇଛି । ପୂରାତନ ନାମ ପରିବର୍ତ୍ତନ କରି ନୂତନ ଭାବେ ଶ୍ରୀ ସାଇନଗର ଭାବେ ନାମିତ କରାଯାଇଛି । ଏହି ଅବସରରେ ନୂତନ ନାମଫଳକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ସ୍ମିତାରାଣୀ ମହାନ୍ତି ଯୋଗଦେଇ ନାମ ଫଳକ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୨ ନମ୍ବର ୱାର୍ଡର କାଉନସିଲର ଶ୍ରୀମତି ଆର୍‌.ବନଜା ପଟ୍ଟନାୟକ, ୧ ନମ୍ବର ୱାର୍ଡର କାଉନସିଲର ବାବୁଜାନ୍‌ ପେରା ଯୋଗଦେଇଥିଲେ ।

ବରିଷ୍ଠ ନାଗରିକ ନୀବନ କିଶୋର ପଣ୍ଡା ଓ ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିର ବହୁ ସାହି ବାସିନ୍ଦା ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମକୁ ଆଶିଷ କୁମାର ମହାନ୍ତି , ପ୍ରଶାନ୍ତ ପାଣିଗ୍ରାହୀ , ଲୁଲୁ ମହାନ୍ତି  ଓ ମାନୁ ପଟ୍ଟନାୟକ ପ୍ରମୁଖ ପରିଚାଳନାର ସହଯୋଗ କରିଥିଲେ । ଉନ୍ମୋଚନ ପରେ ସାହିବାସିନ୍ଦା ଓ ବାଟୋଇ ମାନଙ୍କୁ ମିଷ୍ଠାନ ବଂଟନ କରାଯାଇଥିଲା ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories