www.samajalive.in
Saturday, December 13, 2025
18.1 C
Bhubaneswar

ତିଗିରିଆରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ତିଗିରିଆ: ସ୍ୱାଧୀନତା ଅମୃତ ମହୋତ୍ସବ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ପରିକ୍ରମା କରୁଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଦର୍ଶନ, ଆଦର୍ଶ ଓ ନୀତିର ବାର୍ତ୍ତାବହ ଅହିଂସା ରଥ ଗୁରୁବାର ତିଗିରିଆ ପରିକ୍ରମା କରିଛି । ଏହି ଅବସରରେ ଅହିଂସା ରଥକୁ ତିଗିରିଆ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ତିଗିରିଆ ପ୍ରଶାସନ ପକ୍ଷରୁ ତିଗିରିଆ ବ୍ଲକର ପ୍ରବେଶ ଦ୍ୱାର ତଥା ଖୁଣ୍ଟୁଣୀ-ନରସିଂହପୁର ରାଜ୍ୟ ରାଜପଥର ନୂଆସଡ଼କ ଛକ ଠାରେ ଅହିଂସା ରଥ ପହଞ୍ଚିବା ପରେ ସେଠାରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ସେହିଠାରୁ ରଥ ରାଜ୍ୟ ରାଜପଥରେ ପାଞ୍ଚଗାଁ ପଞ୍ଚାୟତ ଦେଇ ତିଗିରିଆ ନିଜିଗଡ଼, ବିନ୍ଧାଣିମା, ଜେମାଦେଇପୁର, ନୂଆପାଟଣା ଏବଂ ଭୋଗଡ଼ା ପଞ୍ଚାୟତ ଦେଇ ପରିକ୍ରମା କରିଥିଲା । ନୂଆସଡ଼କ ଠାରୁ ଭୋଗଡ଼ା ପର୍ଯ୍ୟନ୍ତ ରାଜ୍ୟ ରାଜପଥରେ ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାସ୍ତାକୁ ସୁନ୍ଦର ଝୋଟିରେ ସଜ୍ଜ୍ଖଚ୍ଛ କରିବା ସହିତ ଶହଶହ ସଂଖ୍ୟାରେ ରାସ୍ତାକଡ଼ରେ ଛିଡ଼ା ହୋଇ ପୁଷ୍ପ ବୃଷ୍ଟି କରିଥିଲେ ।  ନୂଆସଡ଼କ ଠାରୁ ୧୦୦୦ ମିଟର ଲମ୍ବର ତ୍ରିରଙ୍ଗା ପତାକାକୁ ଧରି ଏକ ବିଶାଳ ପଦଯାତ୍ରା ପାଞ୍ଚଗାଁ ପର୍ଯ୍ୟନ୍ତ ଆସିଥିଲା । ନୃତ୍ୟ ଓ ଗୀତ ସହିତ ଶଙ୍ଖଧ୍ୱନି ଓ ବିଭିନ୍ନ ଲୋକବାଦ୍ୟସରେ ଅନୁଷ୍ଠିତ ବିଶାଳ ପଦଯାତ୍ରାରେ ଅହିଂସା ରଥ ଆଗକୁ ବଢ଼ିଥିଲା ।

- Advertisement -

ଏହି ଅବସରରେ ତିଗିରିଆ ନିଜିଗଡ଼ ସ୍ଥିତ ଗାନ୍ଧୀ ପଡ଼ିଆରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀ ପ୍ରଣବ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସାଧାରଣ ସଭାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ଯୋଗଦେଇ ଗାନ୍ଧୀ ଖାଲି ଜଣେ ବ୍ୟକ୍ତି ନଥିଲେ ବରଂ ସମଗ୍ର ବିଶ୍ୱ ପାଇଁ ଗୋଟିଏ ବଳିଷ୍ଠ ବିଚାରଧାରା ଓ ଦର୍ଶନ ଥିଲେ ବୋଲି କହିଥିଲେ । ତାଙ୍କର ଅହିଂସା ନୀତି ଥିଲା ଅମୋଘ ଅସ୍ତ୍ର ।

ଗାନ୍ଧୀଙ୍କ ବାର୍ତ୍ତାର ପ୍ରଚାର ଓ ପ୍ରସାର ହେବା ସହିତ ସମସ୍ତ ଜନସାଧାରଣ ଗାନ୍ଧୀଙ୍କ ନୀତି ଆଦର୍ଶକୁ ଜୀବନରେ ଅନୁପାଳନ କରିବା ଦରକାର ବୋଲି କହିଥିଲେ । ଆଜିର ଏହି ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ, ସମାଜସେବୀ ରମେଶ ଚନ୍ଦ୍ର ଘଡ଼େଇ ଓ ପ୍ରଦୀପ୍ତ କୁମାର ଦାସ, ନିଜିଗଡ଼ ସରପଞ୍ଚ ସଂଯୁକ୍ତା ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଲେଖ ଦାଶ, କାନପୁର ଥାନା ଅଧିକାରୀ ରବୀନ୍ଦ୍ର କୁମାର ଭୁଜବଳ, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଗଙ୍ଗାଧର ବେହେରା, ତିଗିରିଆ ଥାନା ସବ୍‌ଇନ୍ସପେକ୍ଟର ସନ୍ତୋର କୁମାର ପ୍ରଧାନ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟା ସସ୍ମିତା ରାଉତ, ଜିଲ୍ଲାପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୂପା ଦଳେଇ, ବୁଦ୍ଧିଜୀବୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଆଶା, ଅଙ୍ଗନବାଡ଼ି, ସ୍ୱଂୟ ସହାୟିକା ଗୋଷ୍ଠୀ, ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ରହି ସ୍ୱାଗତ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories