www.samajalive.in
Sunday, December 14, 2025
23.1 C
Bhubaneswar

+୨ ତତ୍କାଳ ପରୀକ୍ଷା ଫଳ ; ପାସ୍‌ ହାର ୯୧.୮୨%

ଭୁବ‌େନଶ୍ବର : ଯୁକ୍ତଦୁଇ ତତ୍କାଳ (ଇନଷ୍ଟାଣ୍ଟ) ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ମୋଟ୍ ୧୧୮୭ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ୧୦୯୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ୯୧.୮୨% ରହିଛି। କଳାରେ ୯୩.୧୫% ପାସ୍‌ ହାର ଥିବାବେଳେ ବିଜ୍ଞାନରେ ୮୮%, ବାଣିଜ୍ୟରେ ୮୧.୯୬% ଏବଂ ଧନ୍ଦାମୂଳକରେ ୯୦% ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ପରୀକ୍ଷା ଫଳ ଘୋଷଣା କରିଛନ୍ତି।
ସୂଚନାନୁସାରେ, କଳାରେ ମୋଟ ୯୨୧ଜଣ ପରୀକ୍ଷା ଦେଇଥିଲେ ଏବଂ ୮୫୮ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୫୦୮ ଛାତ୍ରୀ ଥିବା ବେଳେ ୩୫୦ ଛାତ୍ର ରହିଛନ୍ତି। କଳାରେ ୧୩୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୩୬ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୪୮୮ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତପ୍ରତିଶତ ଫଳାଫଳ ହୋଇଛି। ସେହିପରି ବିଜ୍ଞାନରେ ୧୨୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୧୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ୬୪ ଛାତ୍ର ଏବଂ ୪୬ ଛାତ୍ରୀ ରହିଛନ୍ତି। ୨୬ଜଣ ପ୍ରଥମ ଶ୍ରେଣୀରେ, ୩୧ଜଣ ଦ୍ୱିତୀୟ ଏବଂ ୪୨ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଛି। ସେହିଭଳି ବାଣିଜ୍ୟରେ ୬୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୫୦ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୩୩ ଛାତ୍ର ଓ ୧୭ ଛାତ୍ରୀ ରହିଛନ୍ତି। ବାଣିଜ୍ୟରେ ୭ଜଣ ପ୍ରଥମ ଶ୍ରେଣୀରେ, ୧୭ଜଣ ଦ୍ୱିତୀୟ ଏବଂ ୨୬ଜଣ ତୃତୀୟ ଶ୍ରେଣୀରେ ସଫଳତା ହାସଲ କରିଛନ୍ତି। ୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତପ୍ରତିଶତ ଫଳାଫଳ ହୋଇଥିବାବେଳେ ୨ଟିରେ ଜଣେ ବି ପିଲା ଉତ୍ତୀର୍ଣ୍ଣ ହୋଇନାହାନ୍ତି। ଧନ୍ଦାମୂଳକ ଶିକ୍ଷାରେ ୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୭୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୫ ଛାତ୍ର ରହିଥିବାବେଳେ ୩୭ ଛାତ୍ରୀ ରହିଛନ୍ତି। ୧୪ଜଣ ପ୍ରଥମ, ୩୬ଜଣ ଦ୍ୱିତୀୟ ଏବଂ ୨୦ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୂଚନାଯୋଗ୍ୟ, ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ତତ୍କାଳ ପରୀକ୍ଷା ଗତ ୧୩ ଓ ୧୪ରେ ହୋଇଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories