www.samajalive.in
Saturday, December 13, 2025
26.1 C
Bhubaneswar

ଜାତିଆଣ ଓ ଅଶ୍ଳୀଳ ଗାଳି ଗୁଲଜକୁ  ନେଇ ଥାନାର ଦ୍ଵାରସ୍ଥ ହେଲେ ମାଲକାନଗିରି ବଙ୍ଗାଳୀ ସମାଜ

ମାଲକାନଗିରି :  ମାଲକାନଗିରି ଜିଲ୍ଲା ବିଜୁ ଯୁବ ଜନତା ଦଳର ସାମାଜିକ ଗଣମାଧ୍ୟମ ସଂଯୋଜକ ମନୋଜ କୁମାର ପାଟନାୟକ ଜଣେ ବଙ୍ଗାଳୀ ସଂପ୍ରଦାୟର ଲୋକଙ୍କ ସହ ଜାତି ଭିତ୍ତିକ ଓ ଅଶ୍ଳୀଳ ଭାଷାରେ ଗାଳି ଗୁଲଜକୁ ନେଇ ଗୁରୁବାର ମାଲକାନଗିରି ବଙ୍ଗାଳୀ ସମାଜ ଥାନ।ର ଦ୍ଵାରସ୍ଥ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ଜିଲ୍ଲା  ବିଜେଡି  ସଂଯୋଜକ ଶ୍ରୀ ପାଟନାୟକ ଗତ ଦୁଇ ଦିନ ତଳେ କାଲିମେଳ। ଅଞ୍ଚଳର ଜଣେ ବଙ୍ଗାଳୀ ସଂପ୍ରଦାଯର ଲୋକଙ୍କ ସହ ମୋବାଇଲ ଫୋନ ଯୋଗେ ସାଧାରଣ କଥା ବାର୍ତ୍ତା ସମୟରେ ହଠାତ ଜାତି ଭିତ୍ତିକ ଓ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା କଥା ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଥିଲା। ଏହାକୁ ମାଲକାନଗିରି ବଙ୍ଗାଳୀ ସମାଜ ତୀବ୍ର ନିନ୍ଦା କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ନିମନ୍ତେ ଥାନର ଦ୍ଵାରସ୍ଥ ହୋଇଛନ୍ତି। ଏହି ଉଦବେଗକୁ ଦେଖି ସମ୍ପୃକ୍ତ ବ୍ୟକ୍ତି ଶ୍ରୀ  ପଟନାୟକ ସାମାଜିକ ଗଣ ମାଧ୍ୟମରେ ସେହି ଘଟଣା ସମ୍ବନ୍ଧରେ  କ୍ଷମା ପ୍ରାର୍ଥନା କରିଛନ୍ତି,  ଅନ୍ୟ ଦିଗରେ ରାଜ୍ୟ ବିଜେଡି  ସୁପ୍ରିମୋ ନବୀନ ପଟ୍ଟନାୟକ, ଶ୍ରୀ ପାଟନାୟକଙ୍କୁ ଚିଠି ନମ୍ବର ୨ /୨୨  ପ୍ରକାରରେ ଗୁରୁବାର ଦିନ ଦଳରୁ ବହିଷ୍କାର କରିଛନ୍ତି , କିଛି ଲୋକଙ୍କ କହିବ।  ଅନୁଯାଇ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଆଡମା ରାବା ସ୍ଵତନ୍ତ୍ର ବିକାଶ ପରିଷଦ ଅଧକ୍ଷ୍ୟ ହେବ।ର ଠିକ ପର ଦିନ  ବିଜେଡି  ଦଳର ଅଗାଧ।ଡିର କର୍ମୀ ବଙ୍ଗାଳୀ ସଂପ୍ରଦାୟ ଉପରେ ଜାତି ଭିତ୍ତିକ ଓ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିବାରୁ ଜିଲ୍ଲା ବିଜେଡି  ଓ ବଙ୍ଗାଳୀ ସମାଜ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ କିଛି  ସାମାଜିକ ଗଣ ମାଧ୍ୟମରେ ଏହାର ପ୍ରତିକ୍ରିୟା  ଦୃଶ୍ୟମାନ ହୋଇଛି, ତେବେ ଆଗାମୀ ଦିନରେ କେଉ ପରିସ୍ଥିତି ସୃଷ୍ଟି ହେଉଛି ତାହା ଦେଖିବାକୁ ବାକି ରହିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories