www.samajalive.in
Saturday, December 13, 2025
26.1 C
Bhubaneswar

ମମିତା ହତ୍ୟାକାଣ୍ଡ : ଏଡିଜେ କୋର୍ଟରେ ୨ ଭାଇଙ୍କ ସାକ୍ଷ୍ୟ ଗ୍ରହଣ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲା ତୁରେକେଲା ବ୍ଲକ ଝରନି ଗାଁର ମମିତା ମେହେର। କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷା ଦାୟିତ୍ୱ ନିର୍ବାହ କରୁଥିଲେ। ତେବେ ମହାଲିଙ୍ଗ କଲେଜ ନିକଟ ଖେଳ ପଡିଆରେ ମମିତାଙ୍କ ଅର୍ଦ୍ଧଦଗ୍ଧ ଶବ ପୋତା ଯାଇଥିବା ଜଣାପଡିଥିଲା। ମାମଲାରେ ସିନ୍ଧେକେଲା ପୁଲିସ ସ୍କୁଲ ମୁଖ୍ୟ ଗୋବିନ୍ଦ ସାହୁ ଓ ମମିତା ହତ୍ୟାକାଣ୍ଡରେ ସହଯୋଗ କରିଥିବା ଚାଳକ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଥିଲା। କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜଙ୍କ କୋର୍ଟରେ ମାମଲାର ବିଚାର ଚାଲିଛି । ଗୁରୁବାର ମମିତା ହତ୍ୟାକାଣ୍ଡର ସାକ୍ଷୀମାନଙ୍କ ବୟାନ ଶୁଣିବା ପାଇଁ ଏଡିଜେ ସମୟ ନିର୍ଦ୍ଧାରିତ କରିଥିଲେ। ଗୁରୁବାର ଉଭୟ ଅଭିଯୁକ୍ତ ଗୋବିନ୍ଦ ଓ ରାଧେଶ୍ୟାମକୁ ପୁଲିସ ସୁରକ୍ଷାରେ ଏଡିଜେ କୋର୍ଟକୁ ଅଣାଯାଇଥିଲା । ସାକ୍ଷୀ ଦେବା ପାଇଁ ୭ଜଣଙ୍କୁ ନୋଟିସ୍ କରାଯାଇଥିଲା । ତେବେ ମୃତ ମମିତାଙ୍କ ବାପା-ମା’ ଆସି ନଥିଲେ। ସେମାନେ ଅସୁସ୍ଥ ଥିବା ସୂଚନା ମିଳିଛି । ଅନ୍ୟପଟେ ମୃତା ମମିତାଙ୍କ କାକା ପୁଅ ଭାଇ ଉମେଶ ଚନ୍ଦ୍ର ମେହେରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଭାଇ ବଣ୍ଟି ମେହେରଙ୍କୁ ସାକ୍ଷ୍ୟ ଦେବାକୁ ଡକାଯାଇଥିଲା । ତାଙ୍କ ସାକ୍ଷ୍ୟ ନିଆଯାଉଥିବା ବେଳେ କୋର୍ଟର ସମୟ ହୋଇ ଯାଇଥିଲା। ଆସନ୍ତା କାଲି(ଶୁକ୍ରବାର) ମଧ୍ୟ ବଣ୍ଟିଙ୍କର ସାକ୍ଷ୍ୟ ଗ୍ରହଣ କରାଯିବ । ଏଥିସହିତ ନୋଟିସ୍ କରାଯାଇଥିବା ଅନ୍ୟମାନଙ୍କ ସାକ୍ଷ୍ୟ ନିଆଯିବ ବୋଲି ଜଣାପଡିଛି । ମାମଲାକୁ ସରକାରଙ୍କ ପକ୍ଷରୁ ନିଯୁକ୍ତ ସ୍ୱତନ୍ତ୍ର ପିପି ଅମରେନ୍ଦ୍ର ମିଶ୍ର ଓ ଅଭିଯୁକ୍ତଙ୍କ ପକ୍ଷରୁ ଏଡଭୋକେଟ ଦୁର୍ଗାଚରଣ ପାଢୀ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories