www.samajalive.in
Sunday, December 14, 2025
23.1 C
Bhubaneswar

ବିଦ୍ୟାଳୟ ଶ୍ରେଣୀ ଗୃହରେ ପଶିଲା ବର୍ଷା ପାଣି, ଠିଆ ହୋଇ ପାଠପଢ଼ିଲେ ଛାତ୍ରଛାତ୍ରୀ

ପଦ୍ମପୁର: ପ୍ରବଳ ବର୍ଷା ଯୋଗୁଁ ରାୟଗଡା ଜିଲା ପଦ୍ମପୁର ନିକଟସ୍ଥ ଖମାପଦର ଉନ୍ନିତ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହରେ ପାଣି ପଶିଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ସମୟରେ ଏହି ଲଗାଣ ଯୋଗୁଁ ବିଦ୍ୟାଳୟ ଭିତରେ ପାଣି ପଶି ଯାଇଥିଲା। ଫଳରେ ପାଠପଢା ବନ୍ଦ ହୋଇଯାଇଥିଲା। ବିଦ୍ୟାଳୟର ଶ୍ରେଣୀ ଗୃହରେ ବର୍ଷା ଜଳ ପଶିଯାଇଥିବାରୁ ଛାତ୍ରଛାତ୍ରୀମାନେ ପାଣିରେ ଠିଆ ହୋଇ ପାଠ ପଢିଥିଲେ ।ଯାହା ଫଳରେ ପାଠପଢ଼ାରେ ବ୍ୟାହତ ହୋଇଛି।
ଜିଲା ପ୍ରଶାସନ ତୁରନ୍ତ ଛାତ୍ରଛାତ୍ରୀମାନଙ୍କ ପାଠ ପଢିବା ପାଇଁ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଗୁହାରି କଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ଗତ କିଛି ଦିନ ତଳେ ଖମାପଦର ଗ୍ରାମବାସୀ ଏବଂ ବିଦ୍ୟାଳୟରର ଛାତ୍ରଛାତ୍ରୀମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହାପରେ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ପନ୍ଦର ଦିନ ମଧ୍ୟରେ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଗ୍ରାମବାସୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶୃତି ପାଣିର ଗାରରେ ରହିଗଲା । ଆଗାମୀ ୧୫ ଦିନ ମଧ୍ୟରେ ଯଦି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହୁଏ ତାହେଲେ ରାୟଗଡା ଜିଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଧାରଣାରେ ବସିବେ ବୋଲି ଖମାପଦର ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories