www.samajalive.in
Sunday, December 14, 2025
26.1 C
Bhubaneswar

ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ମେଳା

ଫୁଲବାଣୀ: ଦୁଇଦିନ ଧରି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କଲୋନି କ୍ଳଷ୍ଟର ବିଦ୍ୟାଳୟରେ ସିଆରସିସି ଦୁର୍ଯ୍ୟୋଧନ କହଁରକଂ ନେତୃତ୍ବରେ ଶିକ୍ଷାଦାନ ଶିକ୍ଷଣୀୟ ମେଳା ଅନଷ୍ଠିତ ହୋଇଯାଇଛି। ଏଥିରେ କ୍ଲଷ୍ଟର ଅଧିନରେ ଥିବା ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଅଶଂ ଗ୍ରହଣ କରିଥିଲେ। ଶିକ୍ଷାଦାନ ଶିକ୍ଷଣ ମେଳା ଉତ୍ସବରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳ କରଣ୍ତାଗଡ ପ୍ରଧାନ ଶିକ୍ଷକ ସିମାଞ୍ଚଳ ମୁଖି ରିସୋର୍ସ ପର୍ସନ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଦରକାରି ଓ ବର୍ଯ୍ୟବସ୍ତୁକୁ ବ୍ୟବହାର କରି କିଭଳି ସୁନ୍ଦର ଶିକ୍ଷଣ ସାମଗ୍ରି ତିଅାରି କରାଯାଇପାରିବ ସେସବୁରେ ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିଥିବା ଦେଖିବାକୁ ମିଳିଥିଲା । ଭାଷା ଓ ଗାଣିତିକ ଜ୍ଞାନର ବିକାଶ ପାଇଁ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁତ ଗୁଡିଏ ଶିକ୍ଷଣିୟ ସାମଗ୍ରୀ ତିଆରି କରାଯିବା ପରେ ସେସବୁ ମିଳିତ ଭାବେ ପ୍ରଦର୍ଶିତ ହୋଇଥିଲା। ରିସୋର୍ସ ପର୍ସନ ସିମାଞ୍ଚଳ ମୁଖିଙ୍କ ଶିକ୍ଷାଦାନ ଶିକ୍ଷଣିୟ ହୋଇପାରିଥିଲା। ଅଦରକାରୀ ଓ ବର୍ଯ୍ୟବସ୍ତକୁ କିଭଳି ଶିକ୍ଷଣିୟ ସାମଗ୍ରୀ ତିଆରି ଓ ବ୍ୟବହାର କରାଯାଇପାରିବ ତାହା ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିକ୍ଷାର ଗୁଣାତ୍ମକ ବିକାଶ କିପରିହେବ ଓ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ କିପରି ଅଗ୍ରହ ବଢିବ ତାହା ଆଲୋଚନା କରିଥିଲେ। ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ଗୁଣାତ୍ମକ ବିକାଶ ହୋଇପାରିଲେ ଛାତ୍ରଛାତ୍ରୀଙ୍କର ବିଦ୍ୟାଳୟକୁ ପାଠପଢ଼ିବା ପାଇଁ ଆସିବାରେ ତାହା ସହାୟକ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ। ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ବ୍ୟବହାର ଓ ପ୍ରଦର୍ଶନ ଶିକ୍ଷକମାନଙ୍କର ନିଜସ୍ବ ଏକ ଅଭିନଭ ପ୍ରୟାସ ଥିବାରୁ ଖୁସିବ୍ୟକ୍ତ କରିଥିଲେ। ସିଆରସିସି ଦୁର୍ଯ୍ୟୋଧନ କହଁର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories