www.samajalive.in
Saturday, December 13, 2025
26.1 C
Bhubaneswar

ଭାଗଚାଷୀର ଫସଲ ନଷ୍ଟ କରିବା ଘଟଣା, ଦଳିତ ମହାସଂଘର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ

ପିପିଲି:ଜଣେ ଭାଗଚାଷୀର ଧାନ ଫସଲକୁ ଘାସମରା େଔଷଧ ପକାଇ ନଷ୍ଟ କରି ଦିଆଯିବା ଘଟଣାର ତୀବ୍ର ପ୍ରତିବାଦ କରିଛି ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ। ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ଗୁରୁବାର ଉକ୍ତ ଫସଲ ନଷ୍ଟ ହୋଇଥିବା ଜମିରେ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନାରାବାଜି କରାଯାଇଥିଲା।
ଅଭିଯୋଗ ଅନୁଯାୟୀ, ପିପିଲି ପୌରାଞ୍ଚଳର ୧୧ନଂ ୱାର୍ଡର ସୁଦର୍ଶନ ବେହେରା ଦୀର୍ଘ ବର୍ଷ ଧରି ଏକ ଜମିରେ ଭାଗଚାଷ କରୁଥିଲେ। ତେବେ ସୁଦର୍ଶନ ଓ ତାଙ୍କ ଭାଇ ଦୁଃଶାସନଙ୍କୁ ଧମକପୂର୍ଣ୍ଣ ଭାବେ ଜମି ଛାଡିବାକୁ ତାଗିଦ କରାଯାଇଥିଲା। ସେମାନେ ଗରୀବ ଲୋକ ହୋଇଥିବାରୁ କିଛିଦିନ ଚଳିବା ପାଇଁ ଜମି ମାଲିକଙ୍କୁ କିଛି ପାରିଶ୍ରମିକ ମୂଲ୍ୟ ମାଗିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଉକ୍ତ ଜମିରେ ସୁଦର୍ଶନ କରିଥିବା ଧାନ ଫସଲକୁ ଘାସମରା ଔଷଧ ପକାଇ ନଷ୍ଟ କରି ଦିଆଯାଇଥିବା ସଂପର୍କରେ ଶ୍ରୀ ସେଠୀ ଗୁରୁତର ଅଭିଯୋଗ କରିଛନ୍ତି। ଏ ନେଇ ସୁଦର୍ଶନ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ କୌଣସି ନ୍ୟାୟ ନମିଳିବାରୁ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ଆଜି ଉକ୍ତ ଫସଲ ନଷ୍ଟ ହୋଇଥିବା ଜମିରେ ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଧାନ ଫସଲ ନଷ୍ଟ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ମହାସଂଘର ରାଜ୍ୟ ସଂପାଦିକା ସୋନିଲତା ସେଠୀ ଦାବି କରିଥିଲେ। ସୁଦର୍ଶନଙ୍କୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories