www.samajalive.in
Saturday, December 13, 2025
26.1 C
Bhubaneswar

ସଇଁନ୍ତଳା କଲେଜରେ ରେଗିଂ

ବଲାଙ୍ଗିର/ବଡମାଳ: ବୁଧବାର ସଇଁନ୍ତଳା ପଞ୍ଚାୟତ ସେମିତି ମହାବିଦ୍ୟାଲୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର କାହ୍ନା ତାଣ୍ଡି ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ ସେହି ଘଟଣାକୁ ନେଇ ଗୁରୁବାର ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରମାନେ  କିଛି ଅଣ ଛାତ୍ରଙ୍କ ସହ କଲେଜ ଭିତରକୁ ପ୍ରଵେଶ କରିଥିଲେ । ପ୍ରଥମ ବର୍ଷର ଛାତ୍ରଙ୍କୁ କଲେଜ ପରିସରରୁ ବାହାରକୁ ନେଇ ଗାଳିଗୁଲଜ କରିବା ସହ ଗୋଡାଇ ଗୋଡାଇ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ କଲେଜ ଅଧ୍ୟକ୍ଷଙ୍କ ଠାରେ ଅଭିଯୋଗ ହୋଇଛି । ଛାତ୍ରକୁ କିଛି କଲେଜ ଛାତ୍ର ଓ ଅଣଛାତ୍ର କିମ୍ବା ଦୁର୍ବୃତ୍ତ ନିସ୍ତୁକ ମାଡ଼ ମାରିଥିବା ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାର ଲାଗିଛି । ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷ ଶିବପ୍ରସାଦ ବିଶ୍ଵାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଘଟଣାଟି କଲେଜ ବାହାରେ ହୋଇଥିବା କହିଛନ୍ତି । ରେଗିଂ ସମ୍ପର୍କିତ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories