www.samajalive.in
Sunday, December 14, 2025
15.1 C
Bhubaneswar

ନୀଳଗିରିରେ ନରବଳି, ସଂଧ୍ୟା ହେଲେ ଲୁଚୁଥିଲେ ପୁରୁଷ; ଦେଖନ୍ତୁ ଭିଡିଓ

ନୀଳଗିରି: ନାଁ ଶୁଣିଲେ ପ୍ରକମ୍ପିତ ହୋଇଉଠୁଥିଲା ରାଜବାଟୀ । ମୁଣ୍ଡରେ ମେଞ୍ଚା ମେଞ୍ଚା ସିନ୍ଦୁର, ହାତରେ ଟାଙ୍ଗିଆ ଧରି ଗୋଡ଼ାଉ ଥିଲେ ବଳିନାୟକ । ଥରିବାକୁ ଲାଗୁଥିଲେ ସାଧାରଣ ଜନତା । ରାତି ହେଉଥିଲା ଗାଁ ହେଉଥିଲା ପୁରୁଷ ଶୂନ୍ୟ । ଆଉ ଆରମ୍ଭ ହେଉଥିଲା ବଳିନାୟକଙ୍କ ଲୋମହର୍ଷଣକାରୀ ବଳିଯାତ୍ରା । ହେଲ ଏବେ ରାଜାଙ୍କ ହାତରୁ ଶାସନର ଡ଼ୋରି ଖସି ଯାଇଛି ସତ, ହେଲେ ମଉଳିଯାଇନି ସେହି ଭୟ ।

ବାଲେଶ୍ୱର ଜିଲା ନୀଳଗିରି ରାଜବାଟୀର ସିଂହଦ୍ୱାର ନିକଟରେ ପୂଜା ପାଉଛନ୍ତି ମା’ କନକଦୁର୍ଗା । ରାଜାରାଜୁଡ଼ା ଶାସନ ସମୟରେ ହିଂସ୍ର ବନ୍ୟଜନ୍ତୁଙ୍କୁ ଶିକାର କରିବା କିମ୍ବା ଶତ୍ରୁଙ୍କୁ ପରାଜିତ କରିବା ଉଦେଶ୍ୟରେ ରାଜା ପ୍ରଥମେ ମା’ଙ୍କୁ ପୂଜାର୍ଚ୍ଚନା କରି ବାହାରୁଥିଲେ ଜଙ୍ଗଲକୁ । ରାଜପଞ୍ଜିକା ଅନୁସାରେ ମା’ଙ୍କ ଠାରେ ଦୁର୍ଗାଷ୍ଟମୀର ନିଶାର୍ଦ୍ଧରେ ନରବଳି ଦିଆଯାଉଥିଲା । ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଥିଲେ ଜଣେ ବଳିନାୟକ । ଦୁର୍ଗାପୂଜାରେ କାଳିଶି ଲାଗି ନିଶାର୍ଦ୍ଧରେ ଦୀର୍ଘ ୧୬ଦିନ ପର୍ଯ୍ୟନ୍ତ ଏହା ଚାଲୁରହୁଥିଲା ।

- Advertisement -

ବଳିନାୟକଙ୍କୁ  କୁହାଯାଉଥିଲା ମା’ କନକଦୁର୍ଗାଙ୍କ ପ୍ରତିନିଧି । ସେ ଯାହାକୁ ଧରୁଥିଲେ ରାଜାଙ୍କ ଆଦେଶକ୍ରମେ ତାକୁ ମା’ଙ୍କ ନିକଟରେ ସମର୍ପଣ କରାଯାଉଥିଲା । ଆଉ କିଛି ଦିନ ପରେ ସମ୍ପୃକ୍ତ ବ୍ୟକ୍ତିଜଣକ ଶୁଖି ଶୁଖି ମରିଯାଉଥିଲା । ତେଣୁ ଦୁର୍ଗାପୂଜା ସମୟରେ କୌଣସି ପୁରୁଷ ରାତିରେ ଘରୁ ପଦାକୁ ବାହାରୁ ଡରୁଥିଲେ । ହେଲେ ବର୍ତ୍ତମାନ ବଳଦିଯାଇଛି ସମୟ । ଦଶହରା ଆଗମନ ପୂର୍ବରୁ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ ।

ପୋଡ଼ାଶୋଳ ଅଞ୍ଚଳର ଶ୍ରୀଧର ମଲିକ ଶ୍ୱେତବସ୍ତ୍ର ପରିଧାନ କରି ନିଜର ଆଧ୍ୟାତ୍ମିକତାର ପରାକାଷ୍ଠା ଦେଖାଇଥାନ୍ତି । ଅନ୍ୟଜଣେ ସହଯୋଗୀ ସଦାସର୍ବଦା ତାଙ୍କ ଅଙ୍ଗରକ୍ଷୀଭାବେ ସାଥୀରେ ରହିଥାନ୍ତି । ବଳିନାୟକ ହାତରେ ଟାଙ୍ଗିଆ ରହିଛି ସତ ହେଲେ ଲାଗୁନି ରକ୍ତର ଛିଟା । ପୂର୍ବପରି ନରବଳି ନୁହେଁ ବର୍ତ୍ତମାନ ଏହା କଖାରୁ ବଳିରେ ସୀମିତ ହୋଇଯାଇଛି । ନିଶାର୍ଦ୍ଧର ଏହି ବିରଳ ବଳିଯାତ୍ରା ଏବେ ମଉଳି ଯାଇଛି । କିନ୍ତୁ ବଳିନାୟକର ପୂର୍ବ ଇତିହାସର ପୃଷ୍ଠା ଲେଉଟାଇଲେ ଏବେ ବି ଲୋକଙ୍କ ମନରେ ଉଙ୍କିମାରୁଛି ଭୟ ଆଉ ଭୟ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories