www.samajalive.in
Sunday, December 14, 2025
23.1 C
Bhubaneswar

ଗଞ୍ଜାମ ବୁଢ଼ୀ ଠାକୁରାଣୀ ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି

ଗଞ୍ଜାମ : ଗଞ୍ଜାମ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଗୁରୁବାର ଭୋରରୁ ଗଞ୍ଜାମ ସହରସ୍ଥିତ ଥିବା ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରୁ କେହି ଦୁର୍ବୃତ୍ତ କାନ୍ଥ ସିମେଣ୍ଟ ଜାଲି ଭାଙ୍ଗି ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏନେଇ ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ମହାପାତ୍ର ଗଞ୍ଜାମ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଉକ୍ତ ମନ୍ଦିରରେ ମା’ଙ୍କ ନବରାତ୍ର ପୂଜା ହେଉଥିବା ଯୋଗୁ ରାତି ପ୍ରାୟ ତିନିଟା ପର୍ଯ୍ୟନ୍ତ ହୋମ କାର୍ଯ୍ୟ ହେଉଥିଲା। ସରିବା ପରେ କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଗତ କିଛି ମାସ ହେବ ଚୋରମାନେ ଗଞ୍ଜାମର ଜଣେ ଗ୍ୟାରେଜ ମାଲିକଙ୍କ ଘରୁ ଦିନରେ, ଦାମଦରପୁର ଗ୍ରାମରୁ ଓ ଅନ୍ୟ ସ୍ଥାନରେ ମଧ୍ୟ ଚୋରି ହୋଇଥିବା ସହରରେ ଚର୍ଚ୍ଚା ହେଉଛି। ସହରର ବିଭିନ୍ନ ସ୍ଥାନରୁ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ ଏଯାବତ ଗୋଟିଏ ବି ଚୋରି ଘଟଣାର ଟେର ପାଇନି। ଫଳରେ ଚୋରଙ୍କ ଉପଦ୍ରଵ ସହରରେ ବଢ଼ିବାରେ ଲାଗିଛି। ପୁଲିସ ପାଟ୍ରୋଲିଂ କଡାକଡି କରିବା ପାଇଁ ଦାବୀ ହେଉଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories