www.samajalive.in
Saturday, December 13, 2025
26.1 C
Bhubaneswar

ପାଇକରାପୁର ଗାଁ ମୁଣ୍ଡରେ ୩ଘରିଆ ହାତୀପଲ

ଚୌଦ୍ୱାର:ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ପାଇକରାପୁର ଗ୍ରାମ ନିକଟ ବନ୍ଦ ବଲ୍ଲାରପୁର କାଗଜ କଳ ପରିସରରେ ଏକ ୩ଘରିଆ ହାତୀପଲ ରହିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା୩୦ ସମୟରେ ଚୌଦ୍ୱାର ଥାନା ଟିପିଏମ ଫାଣ୍ଡୀ ଅଧିନରେ ଥିବା କାଗଜ କଳ ପରିସରରେ ଏହି ହାତୀପଲ ରହିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସ୍ଥାନୀୟ କିଛି ବାସିନ୍ଦା ବନବିଭାଗକୁ ଖବର ଦେବାରେ ବିଭାଗ ତରଫରୁ କାଗଜ କଳ ଚତୁର୍ପାଶ୍ୱରେ କଡା ପହରା ଦିଆଯିବା ସହିତ ହାତୀମାନଙ୍କ ଗତିବିଧି ଉପରେ ନଜର ରଖା ଯାଇଛି।ଏହି କାଗଜ କଳଟି ଦୀର୍ଘଦିନ ହେବ ବନ୍ଦ ରହିବା ଫଳରେ ଏହା ପରିସରରେ ଅନାବନା ଗଛବୃଚ୍ଛ ଉଠି ଜଙ୍ଗଲ ହୋଇ ଗଲାଣି।ଏଥିସହିତ ଏହାର ପାଚେରୀ ସବୁ ଭାଙ୍ଗି ଯାଇଥିବାରୁ ପ୍ରତିବର୍ଷ ହାତୀମାନେ କାରଖାନା ଭିତରକୁ ପଶି ଏହା ପରିସରରେ ଥିବା ବିସ୍ତିର୍ଣ୍ଣ ଜଙ୍ଗଲିଆ ସ୍ଥାନରେ ଲୁଚି ରହୁଛନ୍ତି। ରାତି ହେଲେ ଆଖପାଖ ଚାଷଜମି ଏବଂ ଲୋକଙ୍କ ବାଡ଼ି ଘରରେ ପଶି ଫସଲ ନଷ୍ଟ କରୁଛନ୍ତି।କାଗଜକଳ ପରିସରରେ ଥିବା ହାତୀ ଗୁଡ଼ିକ ଯେପରି ସ୍ଥାନୀୟ ଅଞ୍ଚଳରେ କୌଣସି କ୍ଷତି ନ ଘଟାନ୍ତି ସେଥିପାଇଁ ଚୌଦ୍ୱାର ଫାଣ୍ଡୀ ଅଧିକାରୀ ରଞ୍ଜନ ନାୟକ, ପୁଲିସ ଦଳ ଓ ବନବିଭାଗ କର୍ମଚାରୀ ମାନେ ଉକ୍ତ ସ୍ଥାନକୁ ଜଗି ରହିଛନ୍ତି।ବିଳମ୍ବିତ ରାତିରେ ଜନ ଗହଳି କମିଲେ ଏହି ହାତୀମାନଙ୍କୁ ଘଉଡ଼େଇ ଜଙ୍ଗଲ ମୁହାଁ କରାଯିବ ବୋଲି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଫେବୃୟାରୀ ମାସରୁ ଚନ୍ଦକା ଜଙ୍ଗଲରୁ ଆସିଥିବା ଏକ ୨୩ଘରିଆ ହାତୀପଲ ଖୁଣ୍ଟୁଣି ବନାଞ୍ଚଳ ଦେଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଂଚଳରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ ବହୁ ଲୋକଙ୍କ ଘରେ ପଶି ଧାନଚାଉଳ ନଷ୍ଟ କରିଥିଲେ। ଏପରିକି ଅନେକଙ୍କ ଚାଳଛପର ଘର ଭାଙ୍ଗିଦେଇ ପୁଣି ଚନ୍ଦକା ଜଙ୍ଗଲକୁ ଫେରିଯାଇ ଥିଲେ। ଏବେ ପୁଣି ହାତୀମାନେ ଜନବସତି ମୁହାଁ ହୋଇଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories