www.samajalive.in
Monday, December 8, 2025
24.1 C
Bhubaneswar

ମହାକାଶକୁ ଗଲା ଆରେନ୍‍ ୫ ରକେଟ୍‍

ଟୋକିଓ : ସୌରମଣ୍ଡଳର ସବୁଠାରୁ କ୍ଷୁଦ୍ର ଗ୍ରହ ବୁଧ ସମ୍ବନ୍ଧରେ ସୂଚନା ହାସଲ ଲାଗି ୟୁରୋପ ଏବଂ ଜାପାନ ଏକ ମିଳିତ ଅଭିଯାନ କ୍ରମେ ଶନିବାର ମହାକଶକୁ ଆରେନ୍‍-୫ ରକେଟ୍‍ ପ୍ରେରଣ କରିଛନ୍ତି। ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ବିଷୟରେ ସୂଚନା ସନ୍ଧାନରେ ବାହାରିଥିବା ‘ବେପିକଲୋମ୍ବୋ’ ନାମକ ଏହି ରକେଟ୍‍ ସଫଳତାର ସହିତ କକ୍ଷପଥ ଆଡକୁ ଗତି କରିଥିବା ୟୁରୋପୀୟ ମହାକାଶ ସଂସ୍ଥା ଏବଂ ଜାପାନ ଏରୋସ୍ପେସ୍‍ ଏକ୍ସେପ୍ଲୋରେସନ୍‍ ପକ୍ଷରୁ ସୂଚନା ଦିଆଯାଇଛି। ରକେଟ୍‍ଟିକୁ ଇଟାଲୀର ବିଶିଷ୍ଟ ବୈଜ୍ଞାନିକ ଗୁସେପ୍‍ ବେପି କଲୋମ୍ବୋଙ୍କ ନାମରେ ନାମିତ କରାଯାଇଛି। ଉଡାଣ ଆରମ୍ଭ କରିବା ପରେ ଏହା ପ୍ରଥମ ସଙ୍କେତ ପ୍ରଦାନ କରିଥିଲା। ପ୍ରଚଣ୍ଡ ଉତ୍ତାପ ତଥା ସୌର ବିକିରଣର ସମ୍ମୁଖୀନ ହେଉଥିବା ବୁଧ ଗ୍ରହର ପରିବେଶ ମଧ୍ୟରେ କାର୍ଯ୍ୟ କରିବା ଏହା ପାଇଁ ଏକ ଚ୍ୟାଲେଞ୍ଜ ହେବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories