www.samajalive.in
Sunday, December 7, 2025
18.1 C
Bhubaneswar

ନୂଆ ଦଳ ଘୋଷଣା କଲେ ଗୁଲାମନବୀ; ନାଁ ରହିଛି ‘ଡେମୋକ୍ରାଟିକ ଆଜାଦ୍‌ ପାର୍ଟି’

ଜମ୍ମୁ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍‌ ନିଜର ନୂଆ ଦଳ ଘୋଷଣା କରିଛନ୍ତି। କଂଗ୍ରେସ ଛାଡ଼ିବାର ଠିକ୍‌ ମାସେ ପରେ ସେ ନୂଆ ଦଳ ଗଠନ କରିଛନ୍ତି। ସୋମବାର ଜମ୍ମୁରେ ସାମ୍ବାଦିକ ସମ୍ମିଳନୀ କରି ସେ ତାଙ୍କ ନୂଆ ରାଜନୈତିକ ଦଳର ନାଁ ‘ଡେମୋକ୍ରାଟିକ ଆଜାଦ୍‌ ପାର୍ଟି’ ବୋଲି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ ତାରିଖରେ ଗୁଲାମନବୀ କଂଗ୍ରେସ ସହିତ ଦୀର୍ଘ ୫୦ ବର୍ଷର ସମ୍ପର୍କ ଛିନ୍ନ କରି ଦଳରୁ ଇସ୍ତଫା ଦେଇଥିଲେ। ସେ ତିନି ଦିନିଆ ଗସ୍ତରେ ରବିବାର ଜମ୍ମୁ ଆସିଛନ୍ତି। ଗୁଲାମ ନବୀ ତାଙ୍କ ନୂଆ ଦଳ ‘ଡେମୋକ୍ରାଟିକ୍ ଆଜାଦ ପାର୍ଟି’ର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି। ପତାକାରେ ତିନୋଟି ରଙ୍ଗ ନୀଳ, ଧଳା ଓ ହଳଦିଆ ରହିଛି।

- Advertisement -

ଦଳ ବିଷୟରେ ସେ କହିଛନ୍ତି ଯେ, ଦଳର ଆଦର୍ଶ ତାଙ୍କ ନାମ ପରି ହେବ ଏବଂ ସମସ୍ତ ଧର୍ମନିରପେକ୍ଷ ବ୍ୟକ୍ତି ଏଥିରେ ସାମିଲ ହୋଇପାରିବେ। ସେ ଦଳର କାର୍ଯ୍ୟସୂଚୀ ମଧ୍ୟ ଆଗରୁ ସ୍ପଷ୍ଟ କରିସାରିଛନ୍ତି। ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା, ଜମି ତଥା ଚାକିରି ଅଧିକାର ସ୍ଥାନୀୟ ଲୋକଙ୍କ ପାଇଁ ସୁରକ୍ଷିତ କରିବାକୁ ସଂଗ୍ରାମ ଜାରି ରଖିବା ଆଦି ଏଥିରେ ଅନ୍ତର୍ଭୁକ୍ତ।

ଏଠାରେ ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୦୨୨ରେ ଗୁଲାମ ନବୀ ଆଜାଦଙ୍କୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ।

 

 

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories