www.samajalive.in
Sunday, December 14, 2025
26.1 C
Bhubaneswar

ଗ୍ରାମସଭା ଓ ପଲ୍ଲୀସଭା ସଚେତନତା ରଥ ଶୁଭାରମ୍ଭ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପରିସରରେ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଗ୍ରାମସଭା ଓ ପଲ୍ଲୀସଭା ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ରଥକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ଉପାଧ୍ୟକ୍ଷ ଜାନକୀ ନିମାଲା, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର ପ୍ରମୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ୫ଦିନ ଧରି ରାମନାଗୁଡା ପଞ୍ଚାୟତ ସମିତି ଅଧିନ୧୨ଗୋଟି ପଞ୍ଚାୟତ ବିଭିନ୍ନ ଗ୍ରାମ ପରିକ୍ରମା କରି ଗ୍ରାମସଭା ଓ ପଲ୍ଲୀସଭା ସମ୍ପର୍କରେ ଗ୍ରାମବାସୀଙ୍କୁ ସେମାନଙ୍କ ଦାୟିତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବ ବୋଲି ବ୍ଲକ ସଂଯୋଜକ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାମନାଗୁଡା ଏଡବ୍ଲ୍ୟୁଇ ରାକେଶ କୁମାର ସାହୁ, ଗୋଗୁପାଡୁ ସରପଞ୍ଚ ଶୋଭାବତୀ ମାଣ୍ଡାଙ୍ଗି, ବାଙ୍ଗି ଓ୍ବାର୍ଡ଼ ସଭ୍ୟା ଅନୁ ନାୟକ, ଲକ୍ଷ୍ମୀ ଇଛାଦୁର ସମସ୍ତ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ସହାୟକ ପଞ୍ଚାନନ ଘଡେଇ ପରିଚାଳନା କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories