www.samajalive.in
Saturday, December 13, 2025
14.1 C
Bhubaneswar

ଦୁଇଦିନିଆ ସନ୍ତରଣ ପ୍ରତିଯୋଗିତା ଉଦଯାପିତ; ଭାଗ ନେଲେ ୧୪୩ ସନ୍ତରଣକାରୀ

ବୌଦ୍ଧ: ବୌଦ୍ଧ ସହରର ନବନିର୍ମିତ ସନ୍ତରଣଗାର ଠାରେ  ପ୍ରଥମ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଯାଇଛି । ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆୟୋଜିତ ଏହି ସନ୍ତରଣ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ସମୁଦାୟ ୧୪୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଦିବସରେ ଜିଲା ସନ୍ତରଣ ସଂଘର ସଭାପତି ତଥା ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ,  ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ  ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ କୃତୀ ସନ୍ତରଣକାରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ସନ୍ତରଣ କ୍ଷେତ୍ରରେ ବୌଦ୍ଧ ଜିଲାକୁ ସ୍ୱତନ୍ତ୍ର ପରିଚୟ ମିଳିଛି ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅମାତ ବୌଦ୍ଧର ପୂର୍ବତନ ଜାତୀୟ ସନ୍ତରଣକାରୀ ସ୍ୱର୍ଗତ ଶିବ ନାରାୟଣ ଦାସଙ୍କୁ ମନେପକାଇବା ସହିତ ଜିଲାରେ ସନ୍ତରଣ କ୍ରୀଡା କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥିଭାବେ ରାଜ୍ୟ ସନ୍ତରଣ ସଂଘର ସଭାପତି ପ୍ରଦୀପ କୁମାର ପାଢୀ ଯୋଗଦେଇ ବୌଦ୍ଧରେ ଆନ୍ତର୍ଜାତୀୟ ସ୍ତରର ସନ୍ତରଣାଗାର ନିର୍ମାଣ ହୋଇପାରିଥିବାରୁ ଆନନ୍ଦ ପ୍ରକାଶ କରିବା ସହିତ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଜଣେ ଜାତୀୟ ସନ୍ତରଣକାରୀ ହୋଇଥିବାରୁ ଏବଂ ଜିଲାରେ ସନ୍ତରଣ କ୍ରୀଡାବିତଙ୍କ ଉତ୍ସାହ ରହିଥିବାରୁ ପ୍ରତିବର୍ଷ ଏହି ପ୍ରତିଯୋଗିତା ଆୟୋଜନ କରାଯିବାକୁ ପରାମର୍ଶ ଦେଇଥିଲେ ।

- Advertisement -

ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ରାଜ୍ୟ ସଂଘର ସହସଂପାଦକ ଲକ୍ଷ୍ମୀଧର ମହାକୁଡ, ବରିଷ୍ଠ ତଥା ରାଜ୍ୟର ପ୍ରଥମ ସନ୍ତରଣ କୋଚ ଦିଲାବର ହୋସେନ, ବରିଷ୍ଠ ସନ୍ତରଣ କୋଚ ସୁରେନ୍ଦ୍ର ନାଏକ, ପୂର୍ବତନ ନଗରପାଳ ନିବାସ ଚନ୍ଦ୍ର ଦାନୀ, ବିଜ୍ଞାପିତ ଅଞ୍ଚଳର ପରିଷଦର ଉପାଧ୍ୟକ୍ଷା ସୁଭାଷିନୀ ସେଠୀ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଯୋଗଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗୀତାକୁ ଜିଲା କ୍ରୀଡା ସଂଘ ତଥା ଜିଲା ସନ୍ତରଣ ସଂଘର ସଂପାଦକ ରବୀନ୍ଦ୍ର କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରୀଡା ପ୍ରଶିକ୍ଷକ ରବିନାରାୟଣ ବେହେରା, ଅମିତାଭ ବନଛୋର, ରଞ୍ଜିତ କୁମାର ରାଉତ, ମମତା ପୁରୋହିତ , ଜିଲା ସନ୍ତରଣ ସଂଘର କୋଷାଧକ୍ଷ୍ୟ ଜ୍ୟୋତିରଞ୍ଜନ ପଟ୍ଟନାୟକ, ପୂର୍ବତନ ସନ୍ତରଣକାରୀ ଚନ୍ଦ୍ରଜିତ ମିଶ୍ର, ନାରାୟଣ ଦଳବେହେରା, ସୁମନ୍ତ ପ୍ରଧାନ , ବିଦ୍ୟାଧର ପ୍ରଧାନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ଉଦଯାପନୀ ଦିବସରେ ସ୍ୱର୍ଗତ ଶିବ ନାରାୟଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏନଏସି ଅଧ୍ୟକ୍ଷ ଶ୍ରୀମିଶ୍ର, ଜିଲା କ୍ରୀଡା ସଂଘର ସଂପାଦକ ଶ୍ରୀ ରାଉତଙ୍କ ସମତେ ସମସ୍ତ ମାଷ୍ଟର ସୁଇମର ସନ୍ତରଣାଗାରକୁ ଓହ୍ଲାଇ ସନ୍ତରଣ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସଫଳତାର ସହିତ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଆଗକୁ ପରିଷଦ ପକ୍ଷରୁ ସମସ୍ତ ପ୍ରକାର କ୍ରିଡା ଆୟୋଜନକୁ ପ୍ରୋତ୍ସାହନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories