www.samajalive.in
Sunday, December 14, 2025
23.1 C
Bhubaneswar

ସ୍ମାର୍ଟ ସ୍କୁଲକୁ ଯିବାକୁ ରାସ୍ତା ନାହିଁ

ଜି ଉଦୟଗିରି: ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଧୁନିକ ଯୁଗରେ ଉଚ୍ଚାଭିଳାଷ ରଖି ଶିକ୍ଷା ଲାଭ କରିବା ଉଦ୍ଦେଶ୍ୟରେ ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ରିଡିଂ ରୁମ୍, ମଡନ ସାଇନ୍ସ ଲବ୍ରୋଟରୀ, ଆଇସିଟି ଲାବ୍, ଉନ୍ନତ ମାନର ଖେଳ ପଡିଆ ଓ ଖେଳ ସାମଗ୍ରୀ ଆଦି ଥାଇ ପିଲାଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସ୍ମାର୍ଟ ସ୍କୁଲର ପରିକଳ୍ପନା କରିଥିଲେ। ହେଲେ ୧୬୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରଟିଙ୍ଗିଆର ବାସ୍ତବ ଚିତ୍ର ଭିନ୍ନ। ସ୍ମାର୍ଟ ବିଦ୍ୟାଳୟକୁ ଯିବାକୁ ରାସ୍ତା ତିଆରି ହୋଇନାହିଁ। ନିକଟରେ ମୁଣ୍ଡକାଙ୍ଗାର ହସ୍ତିନାପୁରଠାରେ ଆୟୋଜିତ ପରିବର୍ତ୍ତନ ମେଳାରେ ଜିଲ୍ଲାପାଳ ଯୋଗଦେବା କାର୍ଯ୍ୟକ୍ରମ ଥିବାବେଳେ ସେଠାରୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରାତିଙ୍ଗିଆ ଯିବାର ଥିଲା। ତେଣୁ ସ୍ଥାନୀୟ ପ୍ରଶାସନ ପ୍ରବଳ ବର୍ଷା ହେବା ସତ୍ତ୍ୱେ ତରବରିଆ ଭାବେ ଜେଶିବି ଲଗାଇ ରାସ୍ତା ତିଆରି କରିବା ଦେଖିବାକୁ ମିଳିଥିଲା। ହେଲେ ଶେଷ ମୁହୂର୍ତ୍ତରେ ଜିଲ୍ଲପାଳଙ୍କ ଗସ୍ତ ବାତିଲ ହୋଇଥିଲା। ଏତଦ୍ ବ୍ୟତୀତ କାନ୍ଥରୁ ପାଣି ଲିକ୍‌ କରୁଥିବା ଦେଖିବାକୁ ମିଳିଛି। ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାନ୍ନ ଭୋଜନ ରୋଷେଇ ଘର ନଥିବାରୁ ବାହାରେ ରୋଷେଇ କରି ଅଣାଯାଉଛି। ବୋରିଂ ନଥିବାରୁ ବାହାର ପାଣି ସଂଯୋଗ କରାଯାଇଛି। ସ୍ମାର୍ଟ ସ୍କୁଲ ଭାବେ ଲୋକାର୍ପିତ ହେବାର ମାତ୍ର ୩ମାସ ହୋଇଥିଲେ ମଧ୍ୟ ଏସବୁ ସମସ୍ୟା ଥିବା ଦେଖିବାକୁ ମିଳିଛି ଏହି ବିଦ୍ୟାଳୟରେ। ଏପଟେ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ନେଇ ପଞ୍ଚାୟତ ସମିତି ଅଡିଟୋରିୟମରେ ବିଦ୍ୟାଳୟର ସମସ୍ୟା ଉପରେ ଆଲୋଚନା କରିଛନ୍ତି। ତୃତୀୟ ପର୍ଯ୍ୟାୟ ସ୍ମାର୍ଟ ବିଦ୍ୟାଳୟ ହେବାକୁ ଆସିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟାଳୟର ସମସ୍ୟା କେବେ ସମାଧାନ ହେଉଛି ଦେଖିବାକୁ ବାକି ରହିଲା।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories