www.samajalive.in
Saturday, December 6, 2025
26.1 C
Bhubaneswar

ଫବସୀ ଗ୍ରାମରୁ ବୋଡ଼ା ଅଜଗର ଉଦ୍ଧାର

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ଫବସୀ ଗ୍ରାମରୁ ରବିବାର ସ୍ନେକ ହେଲ୍ପ ଲାଇନ ସଦସ୍ୟ ଜଣେ ବ୍ୟକ୍ତିଙ୍କ ପୁରୁଣା ପାଇଖାନା ଭିତରୁ ଏକ ୮ ଫୁଟ ଲମ୍ବର ବୋଡ଼ା ଅଜଗର ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ଫବସୀ ଗ୍ରାମର ବିଜୟାନନ୍ଦ ଶାଣ୍ଢଙ୍କ ଘର ପରିସରରେ ଥିବା ଏକ ପୁରୁଣା ପାଇଖାନା ଭିତରେ ଏକ ବୋଡା ଅଜଗର ଥିବା ଦେଖିବା ପରେ ବାଉଁଶୁଣୀ ସ୍ଥିତ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଲୋକ ରଞ୍ଜନ ହୋତାଙ୍କୁ ଖବର ଦେଇଥିଲେ। ଖବର ପାଇ ଆଲୋକ ହୋତା ସେଠାରେ ପହଞ୍ଚିଥିଲେ ଓ ସ୍ଥାନୀୟ ବନାଞ୍ଚଳ ଗରଗଡବାହାଲ ବିଟ କର୍ମଚାରୀ ନାରାୟଣ ପଧାନଙ୍କ ଉପସ୍ଥିତିରେ ୧୧ କେଜି ଓଜନର ଏହି ବୋଡା ଅଜଗରଟିକୁ ସେଠାରୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଆଣିଥିଲେ। ତେବେ ବୋଡା ଅଜଗର ସାପକୁ ବନ ବିଭାଗ କର୍ମଚାରୀ ନାରାୟଣ ପଧାନଙ୍କ ଉପସ୍ଥିତିରେ ନିକଟସ୍ଥ ଗରଗଡବାହାଲ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories