www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଶାକୁ ୩ଟି ଏନଏସଏସ ଜାତୀୟ ପୁରସ୍କାର

ନୂଆଦିଲ୍ଳୀ :  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶନିବାର ରାଷ୍ଟ୍ରପତି ଭବନରେ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା (ଏନଏସଏସ) ପୁରସ୍କାର ପ୍ରଦାନ କରିଛନ୍ତି ।

ତିନୋଟି ବର୍ଗରେ ଏନଏସଏସ ପୁରସ୍କାର ପ୍ରଦାନ କରାଯାଇଛି । ବିଶ୍ବବିଦ୍ୟାଳୟ/ ଯୁକ୍ତ ଦୁଇ ପରିଷଦ, କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ଏବଂ ସ୍ବେଚ୍ଛାସେବୀ ବର୍ଗରେ ପୁରସ୍କାର ଦିଆଯାଇଥିଲା । ଚଳିତ ଥର ଓଡ଼ିଶାର ତିନି ଜଣ ବ୍ୟକ୍ତିବିଶେଷ ରାଷ୍ଟ୍ରପତିଙ୍କ ଠାରୁ ଏନଏସଏସ ପୁରସ୍କାର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ବର୍ଗରେ ମୟୂରଭଞ୍ଜ ଜିଲ୍ଲା ଆରଡିଏସ ଡିଗ୍ରୀ ମହାବିଦ୍ୟାଳୟର ଡକ୍ଟର ଦିଲିପ କୁମାର ପରମାଣିକ ଏହି ପୁରସ୍କାର ପାଇଛନ୍ତି । ସେହିପରି ଏନଏସଏସ ସ୍ବେଚ୍ଛାସେବୀ ବର୍ଗରେ ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚ(ଆଇଟିଆର) ର ପ୍ରତୀକ ଦାଶ ଏବଂ ଭୁବନେଶ୍ବର ସ୍ଥିତ ସ୍କୁଲ୍‌ ଅଫ୍‌ ଲ’ର ଆକାଂକ୍ଷା କବି ପୁରସ୍କୃତ ହୋଇଛନ୍ତି।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories